ଢେଙ୍କାନାଳ ସ୍ୱୟଂ ଶାସିକ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟ କାର୍ଯ୍ୟକ୍ରମ

Udaya_Labanya | January 8, 2022 | 20 views |0 | Breaking News

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସ୍ୱୟଂ ଶାସିକ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ର ପ୍ରାରମ୍ଭକ ବୈଠକ ଅନୁଷ୍ଠିତ ହୋଇଛି, ଅଧ୍ୟକ୍ଷ ଶ୍ରୀ ରଞ୍ଜିତ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଏକ ସୁସ୍ଥ ସମାଜର ଗଠନ ରେ ଶିକ୍ଷା ସହିତ ସଂସ୍କାର ର ଭୂମିକା ଉପରେ ଯୁବ ଛାତ୍ର ଛାତ୍ରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ, କାର୍ଯ୍ୟକ୍ରମ ର ସଯୋଜକ ତଥା ଦର୍ଶନ ଶାସ୍ତ୍ର ବିଭାଗୀୟ ମୁଖ୍ୟ ଶ୍ରୀ ଶରଦା ପ୍ରସନ ପତି ଏକ ଉଜ୍ୱଳ ଭବିଷ୍ୟତ ଗଠନ ରେ ନ୍ୟେତିକ ମୂଲ୍ୟବୋଧ ର ଆବଶ୍ୟକତା ଏପରିହାଯ୍ୟ ବୋଲି ମତପ୍ରକାଶ କରିଥିଲେ,ନୋଡାଲ ପ୍ରଶିକ୍ଷକ ଭାବେ ବାଣିଜ୍ୟ ବିଭାଗୀୟ ମୁଖ୍ୟ ଡ଼ା ରଜନୀକାନ୍ତ ଖୁଣ୍ଟିଆ କମ୍ପୁଟର ବିଜ୍ଞାନ ର ବିଭାଗୀୟ ମୁଖ୍ୟ ଶ୍ରୀ ଦିଲୀପ କୁମାର ନାୟକ ଓ ଓଡିଶା ବିଭାଗର ଅଧ୍ୟାପକ ଶ୍ରୀ ରଶ୍ମିରଂଜନ ନାୟକ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ଗଠନ ଓ ବ୍ୟତୀତ୍ଵ ବିକାଶ ର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ, ଏହି କାର୍ଯ୍ୟକ୍ରମ ରେ କଳ ବାଣିଜ୍ୟ ଓ ବିଜ୍ଞାନ ବିଭାଗର ବହୁ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ,

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories