ନିଖିଳ ଉତ୍କଳ ବରିଷ୍ଠ କଳାକାର ସଂଘର ସଦସ୍ୟ ଭାବେ ମନୋନୀତ ହେଲେ କନ୍ଧମାଳ ର ଯୁବ ନାଟ୍ୟକାର ପ୍ରମୋଦ ବ୍ରହ୍ମପୁର

Udaya_Labanya | January 8, 2022 | 24 views |0 | Breaking News

/ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର କାର୍ଯ୍ୟକାରିଣୀ ବୈଠକ ବ୍ରହ୍ମପୁର ପ୍ରକାଶମ୍ ହଲ୍ ପରିସରସ୍ଥ ଆନ୍ଧ୍ର ଭାଷା ବିବର୍ଦ୍ଧନି ସମାଜ ସଭକକ୍ଷ ଠାରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ମୁଖ୍ୟ ବକ୍ତା ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ସତ୍ୟ ମହାରଣା, ନିର୍ଦ୍ଦେଶକ ହୃଷୀକେଶ ହୋତା, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଗୀତା ସ୍ୱାଇଁ ପ୍ରମୁଖ ଯୋଗଦେଇ ସଂଘ ତାହାର ନିଷ୍ଠାପର ସେବା ପ୍ରଦାନ ଭିତରେ ମାତ୍ର ଆଜି ତିନି ବର୍ଷ ମଧ୍ୟରେ ରାଜ୍ୟ ସାରା ବ୍ୟାପ୍ତ ହୋଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁନାପୁର ଶ୍ରୀ ଶ୍ରୀ ମା’ ବୁଢ଼ୀ ଠାକୁରାଣୀ ଭଜନ ସଂଘର ଶିଳ୍ପୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ସଂଘର ବୁଗୁଡ଼ା ସଂଯୋଜକ ତ୍ରିଲୋଚନ ପଣ୍ଡାଙ୍କ ରଚିତ କରୋନା ଦେବୀ ବ୍ରତ କଥା ପୁସ୍ତିକା ଲୋକାର୍ପିତ ହୋଇଥିଲା । ଏହି ଅବସରରେ ସର୍ବସମ୍ମତି କ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସଭାପତି, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକାରୀ ସଭାପତି ଏବଂ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସମ୍ପାଦକ ଭାବେ ଚାୟିତ ହୋଇଥିଲେ । ସେହିଭଳି ଅନ୍ୟାନ୍ୟ ପଦ ପଦବୀ ତଥା କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସ୍ତରୀୟ ସଂଯୋଜକ ମାନଙ୍କୁ ନିଆଗଲା । ସେହିଭଳି ରାଜ୍ୟ ସ୍ତରୀୟ ସଂଗଠନ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ”ର କାର୍ଯ୍ୟ କାରିଣୀ କମିଟି ତଥା କର୍ମକର୍ତ୍ତା ଘୋଷିତ ହୋଇ ଯାଇଛି । ସର୍ବସମ୍ମତି କ୍ରମେ ପଣ୍ଡିତ ବିଶ୍ଵନାଥ ଶତପଥୀ, ସଙ୍ଗୀତଜ୍ଞ ସିମାଞ୍ଚଳ ଦାସ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ୱର୍ଲ୍ଡ ୱାଚ ସମ୍ପାଦକ ଦିଲ୍ଲୀପ ଦାସ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ, ବରିଷ୍ଠ ନାଟମଣିଷ ମେଜର୍ ରମା ରମଣ ପାଢ଼ୀ ପ୍ରମୁଖଙ୍କୁ ଉପଦେଷ୍ଟା ଏବଂ କନ୍ଧମାଳ ର ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା, ରବୀନ୍ଦ୍ର ନାଥ ମିଶ୍ର, ସଞ୍ଜୟ କୁମାର ବିଷୋୟୀ, ସୁଦାମ ପଟ୍ଟନାୟକ, ହୃଷୀକେଶ ହୋତା, ତ୍ରିଲୋଚନ ପଣ୍ଡା, ଗୀତା ସ୍ୱାଇଁ ପ୍ରମୁଖ ମହାସଂଘ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ ହୋଇଥିଲେ । ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ସଭାପତି, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଓ ରାଜେନ୍ଦ୍ର ପାଢ଼ୀ କାର୍ଯ୍ୟକାରୀ ସଭାପତି ଏବଂ ଉପସଭାପତି ଭାବରେ ମହେନ୍ଦ୍ର କୁମାର ନାୟକ, ପେଣ୍ଡ୍ରା ପ୍ରସାଦ ନାୟକ, ବାଲାଜୀ ସାମନ୍ତରାୟ, ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ଚୟନ ହୋଇଛନ୍ତି । ଜୟକୃଷ୍ଣ ପଟ୍ଟନାୟକ ଓ ଜୟନ୍ତୀ ନନ୍ଦ ସହ ସମ୍ପାଦକ ବା ସହଯୋଗୀ ସଚିବ ଭାବେ ମନୋନୀତ ହୋଇଥିବା ବେଳେ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମହାସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମହାସଂଘ ପକ୍ଷରୁ ପ୍ରକାଶ । କାର୍ଯ୍ୟକ୍ରମ ଶେଷରେ ସଂଘ ସହସଂପାଦକ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories