ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ, ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

Udaya_Labanya | January 8, 2022 | 19 views |0 | Breaking News


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ସଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ । ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ର ସାରଙ୍ଗଡ଼ ଥାନା ବଣ୍ଡଗୁଡ଼ା ଗ୍ରାମର ଚଞ୍ଚଳା ସାହିରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଚଞ୍ଚଳା ସାହି ଛକରେ ଥିବା ଟୁନା ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ଦୋକାନ ଗୃହରେ ବିଦ୍ୟୁତ୍‌ ସଟସର୍କିଟ ହୋଇ ଦୋକାନ ପୋଡ଼ି ଯାଇଥିବା ଜଣାପଡ଼ିଛି । ନିଆଁ ଦେଖି ପ୍ରଥମେ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ଏବଂ ଖବରପାଇ ସଙ୍ଗେ ସଙ୍ଗେ ସାରଙ୍ଗଡ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ । ଏଥିରେ ଦୋକାନ ଘର ଭିତରେ ଥିବା ଫ୍ରିଜ୍‌,ଗଡରେଜ୍‌ ସମେତ ସବୁ ଜିନିଷ ପଡି ପାଉଁଶ ହୋଇଯାଇଛି । ଯାହାର ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଟୁନା ମିଶ୍ର ବିପ୍ର ପ୍ରଧାନଙ୍କ ଘରେ ଭଡ଼ା ନେଇ ଦୋକାନ କରିଥିଲେ । ଟୁନା ମିଶ୍ର ବ୍ୟାଙ୍କ୍‌ ଠାରୁ ଋଣ ଆଣି ଦୋକାନ ଚଳାଇ ନିଜ ପରିବାରକୁ ପୋଷଣ କରୁଥିଲେ । ଦୋକାନ ପୋଡ଼ି ଯିବା ଫଳରେ ଟୁନା ମିଶ୍ର ଏବେ ଚିନ୍ତାରେ ଥିବା ଜଣାପଡିଛି ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories