ସୃଜନ” ସ୍ବେଛାସେବୀ ସଂସ୍ଥା ପକ୍ଷରୁ କମ୍ବଳ ବଣ୍ଟନ

Udaya_Labanya | January 8, 2022 | 24 views |0 | Breaking News


ଫୁଲବାଣୀ -7/1(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଗୁଞ୍ଜିବାଡି ପଞ୍ଚାୟତ ଅଧୀନରେ ଥିବା ବାଲିଗାଡ଼ା ଗ୍ରାମରେ ଶୁକ୍ରବାର ସୃଜନ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ୪୦ ଟି ପରିବାରକୁ କମ୍ବଳ ପ୍ରଦାନ କରାଯାଇଛି ।କନ୍ଧମାଳ ଜ଼ିଲ୍ଲା ଘୁ ଉଦୟଗିରି ସ୍ଥିତ “ସୃଜନ” ସ୍ବେଛାସେବୀ ସଂସ୍ଥା ପକ୍ଷରୁ ପ୍ରତି ବର୍ଷ ଏହି ଶୀତ ସମୟରେ ଗରିବ ପରିବାରମାନଙ୍କୁ କମ୍ବଳ ପ୍ରଦାନ କରାଯାଇଥାଏ l ତେବେ ଏହି ବର୍ଷ ମଧ୍ୟ ଉକ୍ତ ସଂସ୍ଥା ପକ୍ଷରୁ ୨୦୦ଟି ପରିବାରକୁ କମ୍ବଳ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି । ଯୋଜନା ମୁତାବକ ଆଜି ବାଲିଗାଡ଼ାରେ ୪୦ଟି ପରିବାରକୁ ଏହି କମ୍ବଳ ପ୍ରଦାନ କରାଯାଇଥିଲା l ଆଗାମୀ ଦିନମାନଙ୍କରେ ଆହୁରି ୧୬୦ଟି କମ୍ବଳ ବଣ୍ଟନ କରାଯିବା ନିମନ୍ତେ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ଏହି କାର୍ଯ୍ୟକ୍ରମରେ “ସୃଜନ” ସଂସ୍ଥାର ଡ଼ାଇରେକ୍ଟର ବିଷପ ଡ଼ଃ. ଦିଲୀପ କୁମାର ବଳ ଓ ଡ଼ଃ. ରାଜ କିଶୋର ଦିଗାଲ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗାଡ଼ାର ୪୦ ପରିବାର ସାମିଲ ହୋଇ ଏହି କରନା ସମୟରେ ଉପକୃତ ହୋଇଥିବା ସକାସୁ “ସୃଜନ”କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories