ଆଇନଜିବୀଙ୍କ ଅକାଳ ବିୟୋଗରେ ଶୋକ
Udaya_Labanya | January 13, 2022 | 48 views |0 | Breaking News
ଫୁଲ ବାଣୀ(ସୁନୀଲ ପଟନାୟକ)
ଫୁଲ ବାଣୀ ।ସହର ର ନଦୀ ଖଣ୍ଡି ସାହି ଅଞ୍ଚଳର ଜଣାଶୁଣାଆଇନଜିବୀ
ଅଶୋକ କୁମାର ମହାପାତ୍ରଙ୍କ ଆକାଳ ମୃତ୍ୟରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା ସେ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଫୁଲବାଣୀ ସଦର ମହକୁମା ଡ଼ାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଆଜି ଗୁରୁବାର ମୃତ୍ୟୁ ଘଟିଥିଲା । ମହାପାତ୍ର ଜଣେ ଭଲ ଓ କିଲ ଓ କ୍ରିକେଟ ଖେଳାଳୀ ଥିଲେ। ବେଡ଼ ମିଣ୍ଟନ ଖେଳା ପ୍ରତି ମଧ୍ୟ ରୁଚି ରଖୁଥିଲେ ସେ ।
ଓ ସିଏର ପ୍ୟାନେଲ ଓମ୍ପାଇର ଥିଲେ। ସ୍ଵର୍ଗତ ମହାପାତ୍ର ଜଣେ ଶାନ୍ତ୍ର ସରଳ, ବନ୍ଧୁବସୂଳ, ଅମାୟିକ ବ୍ୟକ୍ତି ଥିଲେ।
ତାଙ୍କର ଅକାଳ ମୃତ୍ୟୁରେ ଜିଲ୍ଲା ଓ କିଲ ସଂଘ ସଭାପତି ସିଦ୍ଧେଶ୍ଵର ଦାସ, ସଂପାଦକ ଅଜିତ ପଟ୍ଟନାୟକ,ବରାଷ୍ଟ ଆଇନଜିବୀ ଅଜୟ ସିଂ, ଶିବପ୍ରସାଦ ତ୍ରିପାଠି. ପ୍ରେସ କ୍ଲବ୍ ସଭାପତି ସୁନୀଲ ପଟନାୟକ,ଆଇନଜିବୀ ବିଜୟ ପଟନାୟକ, ପ୍ରିନସପାଲପ୍ରଦୀପ ସାହୁ, ସାମ୍ବାଦିକ ସନ୍ତୋଷ ମିଶ୍ର,ବରୀଷ୍ଟ ସାମ୍ବାଦିକ ଡ. ଅରୁପ ଜେନା, ପ୍ରମୁଖ ବହୁ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।