#Breaking News

ତିନିଦିନ ହେଲା ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ମେଘୁଆ ପାଗ ସହ ଝିପିଝିପି ବର୍ଷା,ଜନ ଜୀବନ ବାଧା ପ୍ରାପ୍ତ


ଫୁଲବାଣୀ-( ସୁନୀଲ ପଟନାୟକ) ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ତିନିଦିନ ହେଲା ଅଦି ନିଆ ବର୍ଷା ର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ଦିନ ତମାମ ଫୁଲବାଣୀରେ ଆକାଶ ମେଘା ଛନ୍ନ ରହିବା ସହ ଜିଲ୍ଲାର ରାଇକିଆ,ଜିଉଦୟ ଗିରି ଟିକାବାଲି ବାଲିଗୁଡା, କୋଟ ଗଡ଼, ତୁମୁଡିବନ୍ଧ ଆଦି କେତେକ ସ୍ଥାନରେ ଝିପିଝିପି ବର୍ଷା ସାଙ୍ଗକୁ ପବନ ବୋହି ଥିଲ।ଗତକାଲି ରାତିତମାମ ଝିପିଝିପି ବର୍ଷା ଲାଗିରହିଥିଲା। ସେହିପରି ଆଜି ଗୁରୁବାର ମଧ୍ଯ ଫୁଲବାଣୀସହରରେ ମେଘୁଆ ପାଗ ସହ ତୁହାକୁ ତୁହା ବର୍ଷା ହେଉଛି । ଏବେ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଖୋଲିଥିବା ବେଳେ ଚାଷୀ ମଣ୍ଡି କୁ ଧାନ ନେଇ ଆସିପାରୁନାହାନ୍ତି l
ସେହିପରି ଜିଲ୍ଲାର ବାଲିଗୁଡ଼ା, ତୁମୁଡିବନ୍ଧ, କୋଟଗଡ଼, ଫିରିଙ୍ଗିଆ ଆଦି ଅନେକ ସ୍ଥାନରେ ଆକାଶ ମେଘା ଛନ୍ନ ରହିବା ସହ ବର୍ଷା ବି ହେଉଛି। ତେବେ ଜିଲ୍ଲାରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇନାହିଁ।
ମେଘୁଆ ପାଗ ସହ ଝିପିଝିପି ବର୍ଷା ଯୋଗୁଁ ଲୋକେ ଘରୁ ପଦାକୁ ବାହାରୁନଥିବାରୁ ଦୋକାନବଜାର । ପରୀବା ମାର୍କେଟ ସବୁ ଖାଁ ଖାଁ ରହିଥିବା ଦେଖାଯାଇଥିଲା।

Leave a comment

Your email address will not be published. Required fields are marked *