ବିଧାୟକଙ୍କ ଉଦ୍ୟମରେ ବିଜେଡିରେ ମିଶିଲେ ଗ୍ରାମବାସୀ

Udaya_Labanya | January 14, 2022 | 145 views |0 | Uncategorized


ଫୁଲ ବାଣୀ-(ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଜିଉଦୟଗିରି ବିଧାୟକସାଲୁଗା ପ୍ରଧାନଙ୍କ ଉନ୍ନତିମୂଳକ ତଥା ଜନହୀ ତକର କାର୍ଯ୍ୟରେ ପ୍ରଭାବୀତ ହୋଇ ଏବେ ବିଭିନ୍ନ ଗ୍ରାମର ଲୋକେ ବିଜେଡି ଦଳରେ ସାମିଲ ହେବାରେ ଲାଗିଛନ୍ତି। ଯାହାକି ଶାସକ ବିଜେଡି ଦଳର ନେତା ଓ କର୍ମୀଙ୍କ ମନୋବଳକୁଦୃଢ କରିଛି।
ଶୁକ୍ରବାର ଜି ଉଦୟଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାରିଙ୍ଗବାଡି ପଞ୍ଚାୟତରେ ଶ୍ରୀପଙ୍ଗା
ଗ୍ରାମବାସୀ ବିଧାୟକସାଲୁଗା ପ୍ରଧାନଙ୍କ ନେତୃତ୍ଵରେ ବିଜେଡିରେ ସାମିଲ ହୋଇଛନ୍ତି ।
ଗ୍ରାମରେ ମୋଟ ୭୬ ପରିବାର ୪୦୫ ଲୋକ ବସବାସ କରୁଛନ୍ତି । ଏମାନେ ପୂର୍ବରୁ କଂଗ୍ରେସ ଦଳକୁ ସମର୍ଥନ ଦେଇଆସୁଥିଲେ। ହେଲେ ଏବେ ଆଉ ନାହିଁ। ବିଧାୟକସାଲୁଗା ପ୍ରଧାନ ସେମାନଙ୍କ ଗ୍ରାମର ସମସ୍ୟା ଦୁର କରିବା ସହ ସୁଖଦୁଃଖରସାଥି ହୋଇ ଥିବାରୁ ସେମାନେ ବିଜେଡିରେ ମିଶିବ । ଲାଗି ମନ ବଳାଇଥିବା କହିଛନ୍ତି । ଆଜି ଏକ ଉତ୍ସବରେ ଯୋଗ ଦେଇ ବିଧାୟକସାଲୁଗା ସମସ୍ତ ଗ୍ରାମବାସୀଙ୍କୁ ଦଳୀୟ ଚିହ୍ନ ଥିବା ଉତ୍ତରୀୟ ପକାଇ ସ୍ଵାଗତ କରିଥିଲେ । ଯାହାକି ଆଗାମି ପଞ୍ଚାୟତ ନିର୍ବାଚନ ପାଇଁ ଶୁଭ ସୂଚନା ।
ବିଧାୟକ ପ୍ରଧାନଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରୀକତା ଯୋଗୁ ଦଳୀୟ ସଂଗଠନ ପୁର୍ବାପେକ୍ଷା ମଜବୁତ ହେବାରେ ଲାଗିଛି ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories