ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମକର ମିଳନ

Udaya_Labanya | January 14, 2022 | 16 views |0 | Breaking News


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମକର ମିଳନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ କବି ଓ କଳାକାର ଯୋଗ ଦେଇ ସ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ।
ମକର ସ୍ନେହ,ସୌହାର୍ଦ୍ଦ୍ୟ ସଂପ୍ରୀତି ର ପର୍ବ l ଓଡିଶା ଜନ ଜୀବନ ରେ ମକର ପର୍ବ ର ସ୍ବତନ୍ତ ଭୂମିକା ରହିଛି ।ମକର ସ୍ନେହ ସୌହାର୍ଦ୍ଦ୍ୟ ସଂପ୍ରୀତି ଓ ଭାଇଚାରା ର ପର୍ବ ।ପୌରାଣିକ ଆଧ୍ୟାତ୍ମିକ ଐତିହାସିକ ପୁଷ୍ଟଭୂମି ଉପରେ ଆଧାରିତ ଏହି ପର୍ବ ର ସାମାଜିକ ମହତ୍ବ ଏହି ପର୍ବ କୁ ଲୋକାଭିମୁଖୀ କରି ପାରିଛି ।ବ୍ୟକ୍ତି ଜୀବନ ର ସମସ୍ତ ଜଡ଼ତା ଦୂରକରି ଏହି ପର୍ବ ସମାଜ ର ଜୀବନ ଶୈଳୀକୁ ଶୃଙ୍ଖଳିତ କରିଥାଏ ବୋଲି ମତପ୍ରକାଶ କରିଥିଲେ ।ସାହିତ୍ୟ ଘର ର ବରିଷ୍ଠ ସଦସ୍ୟ କବି ମନୋରଞ୍ଜନ ମେହେର ଙ୍କ ସଭାପତିତ୍ବ ଓ ଡ଼ଃ ରବିନାରାୟଣ ସାହୁ ଙ୍କ ସଂଯୋଜନାରେ ବିଶିଷ୍ଟ ଆଲୋଚକ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର ,ସାମ୍ବାଦିକ ବାଲାଜି ବିଭୁପ୍ରସାଦ ତରାସିଆ ,ଓ ପଶ୍ଚିମ ଓଡିଶା କଳାକାର ମହାସଂଘ ର ଅଧ୍ୟକ୍ଷ ଚୈତନ୍ୟ ପାଇକ ପ୍ରମୁଖ ଯୋଗ ଦେଇ ମକର ପର୍ବ ସ୍ନେହ ସଂପ୍ରୀତି ଓ ଭାଇଚାରା ର ପର୍ବ ବୋଲି ଉଲ୍ଲେଖ କରି ଏହି ପର୍ବ ର ପୌରାଣିକ ଆଧ୍ୟାତ୍ମିକ ଓ ଐତିହାସିକ ପୁଷ୍ଟ ଭୂମି କିପରି ଜନ ଜୀବନକୁ ଶୃଙ୍ଖଳିତ କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।ବରିଷ୍ଠ ସଭ୍ୟ ସୁବାସ ଚନ୍ଦ୍ର ସାହୁ ଙ୍କ ସଂଯୋଜନା ରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଅବସର ରେ କବି ଦୟାନିଧି ମହାପାତ୍ର,ପ୍ରମୋଦ ଦାଶ ପାର୍ବତୀ ଦାଶ ଷଡ଼ଙ୍ଗୀ,ରାଧାରାଣୀ ପଟ୍ଟନାୟକ,ଡ଼ଃ ଡୋଳାମଣି ଶତପଥୀ ,ପଞ୍ଚାନନ ମହାପାତ୍ର, ତରଣୀ ସେନ ଗୁରୁ ,ଦାମୋଦର ସାହୁ, ତିଳକ ରାମ ପ୍ରଧାନ, ଡ଼ଃ ରବିନାରାୟଣ ସାହୁ ,ମନୋରଞ୍ଜନ ମେହେର, ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ସମ୍ପାଦକ ଗୋପବନ୍ଧୁ ପୁରୋହିତ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।ପ୍ରାରମ୍ଭିକ ସଙ୍ଗୀତ ଓ ଉଦଯାପନି ସଙ୍ଗୀତ ପ୍ରମୋଦ ଦାଶ ଓ ପାର୍ବତୀ ଦାଶ୍ ଷଡ଼ଙ୍ଗୀ ଗାନ କରିଥିଲେ ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories