ସ୍ବ.ମଙ୍ଗଳୁ ଚରଣ ବିଶ୍ବାଳ ଙ୍କ ସ୍ମୃତି ସଭା

Udaya_Labanya | January 14, 2022 | 20 views |0 | Breaking News


ବରଗଡ଼:-ମନୋହର ସାଂସ୍କୃତିକ ସଂସଦ, ଭେଡେନ ଆନୁକୂଲ୍ୟରେ ବରଗଡ ଠାରେ କବି,ଲେଖକ, ନାଟ୍ୟକାର ସ୍ବର୍ଗତ ମଙ୍ଗଳୁ ଚରଣ ବିଶ୍ବାଳ ଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।
ଏ ମାଟିର ବରପୁତ୍ର ପ୍ରଖ୍ୟାତ ସାରସ୍ୱତ ସାଧକ ମଙ୍ଗଲୁ ଚରଣ ବିଶ୍ୱାଲ ଯେତିକି ବଡ଼ ଲେଖକ ଥିଲେ ସେତିକି ବଡ଼ ପାଠକ ମଧ୍ୟ । ଏକାଧାରରେ ଜଣେ ଦରଦୀ ମଣିଷ, ବିଦଗ୍ଧ ପାଠକ, ସଚ୍ଚା ଶିକ୍ଷକ, ହୃଦୟ ଗ୍ରାହୀ ଲେଖକ ଭାବରେ ତାଙ୍କ ଖ୍ୟାତି ଥିଲା ସୁଦୂରପ୍ରସାରୀ । ତାଙ୍କ କବିତାରେ ଗୁଞ୍ଜନ, କାହାଣୀରେ କମ୍ପନ, ନାଟକରେ ଆବେଦନ ଓ ପ୍ରବନ୍ଧରେ ଗଭୀର ଅନୁଶୀଳନ ପାଠକଙ୍କୁ ବିମୋହିତ କରିଥାଏ । ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ସେ ଲେଖନୀ ଚାଳନା କରିଥିଲେ ମଧ୍ୟ ମାତୃଭାଷା ସମ୍ବଲପୁରୀ ପ୍ରତି ତାଙ୍କ ରହି ଥିଲା ଗଭୀର ଶ୍ରଦ୍ଧାଶୀଳତା ବୋଲି ଅନୁଷ୍ଠିତ ସ୍ମୃତି ସଭାରେ ବକ୍ତା ଗଣ ମତବ୍ୟକ୍ତ କରିଥିଲେ । କୋଭିଡ କଟକଣା କୁ ଦୃଷ୍ଟି ରେ ରଖି ସଭା କାର୍ଯ୍ୟ କୁ ମନୋହର ସା°ସ୍କୃତିକ ସଂସଦ ଭେଡେନର ସଭାପତି ଉତ୍ପନ୍ନ କୁମାର ଭୋଇଙ୍କ ପୈାରହିତ୍ୟରେ ତଥା ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକ କବି ପଦ୍ମଶ୍ରୀ ଡ଼ .ହଳଧର ନାଗ,ଔପନ୍ୟାସିକ ଧନପତି ମହାପାତ୍ର, ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ, ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ, କଥାକାର ତେଜରୁ ବାରିକ, ସାମାଜିକ କର୍ମୀ ରାଜେନ୍ଦ୍ର ହୋତା, ଅଧ୍ୟାପକ ସୁଭାଷ ଚନ୍ଦ୍ର ଭୁଏ, କବି ଉମେଶ ପ୍ରଧାନ, କବି ତରଣୀସେନ ଗୁରୁ, ଅଭିନେତା ରମେଶ ଗୁର୍ଲା, ମାନସ ରଞ୍ଜନ ଦାଶ, ଲକ୍ଷ୍ମଣ ମଲ୍ଲିକ, ଗୁଣନିଧି ଭୋଇ ପ୍ରମୁଖ ଦିବଂଗତ ସାରସ୍ୱତ ସ୍ରଷ୍ଟାଙ୍କ ବହୁମୁଖୀ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଏହି ସ୍ମୃତି ସଭା ରେ ମନୋହର ସାଂସ୍କୃତିକ ସଂସଦ୍ ଭେଡେନ, ସମ୍ବଲପୁରୀ ସାହିତ୍ୟ ପରିଷଦ ବରଗଡ଼, ଲୁ ନାଟ୍ୟ ସଂସଦ ପଦ୍ମପୁର, ଉକିଆ ସାହିତ୍ୟ ସଂସଦ ବରଗଡ଼, ଶ୍ରୀଧର ସାହିତ୍ୟ ସଂସଦ ଦଶମାଇଲ, ବାସପତ୍ରି କଳାପଟା ସାହିତ୍ୟ ସଁହଁରାଟିକ୍ରା, ଭାରତ ବିକାଶ ପରିଷଦ ବରଗଡ଼ ଓ ମୟୁର କଲା ପରିଷଦ ପଧାନ ଟିକ୍ରା ଭେଡେନ ମିଳିତ ଭାବେ ସାମିଲ ହୋଇଥିଲେ । ଶେଷରେ କବି ଗୋପାଳ ଭେସ୍ରl ଧନ୍ୟବାଦ ଅର୍ପଣ କରିଥିଲେ ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories