ଏକ ଅନନ୍ୟ ପ୍ରତିଭା ର‌‌ ଅଧିକାରିଣୀ ସାହିନ୍

Udaya_Labanya | January 18, 2022 | 38 views |0 | Breaking News

ଯେତେବେଳେ ସ୍ବପ୍ନ ନିଦ ଉପରେ ଭାରି ପଡ଼ିଯାଏ, ସେତେବେଳେ ଦୁର୍ବଳତା ବି ସୁଯୋଗ ପାଲଟି ଯାଏ । ଠିକ୍ ସେମିତି କିଛି ଘଟିଥିଲା ତଙ୍କ ଜୀବନରେ। ପିଲାଦିନେ ଗୀତ ଶୁଣିବାର ନିଶା, ସିନେମା ଦେଖିବାର ଆଗ୍ରହ ଓ କାହାଣୀ ପଢ଼ିବା ପାଇଁ ଥିବା ଆକର୍ଷଣ, ତାଙ୍କୁ ଯେ ଦିନେ ଓଡ଼ିଆ ଟେଲିଭିଜନ ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ କରି ଗଢି ତୋଳିବ ଏ କଥା କିଏ ଜାଣିଥିଲା। ଶ୍ରିଯା ସହିନ୍ ସିଦ୍ଧାର୍ଥ, ଓଡ଼ିଆ ସିନେମା ଧାରାବାହିକ ଶିଳ୍ପ ସହ ଜଡ଼ିତ ଥିବା ଲୋକ ମାନଙ୍କ ପାଇଁ ଏହା ଏକ ବହୁ ପରିଚିତ ନାଁ। ବର୍ତମାନ ସେ କଲର୍ସ ଓଡ଼ିଆ

ଚ୍ୟାନେଲ ର ମୁଖ୍ୟ ଭାବରେ କାର୍ଯ୍ୟରତ। ତାଙ୍କର ପିଲାଦିନ କଟେ ଇସ୍ପାତ ସହର ରାଉକେଲାରେ।ବାପା ରେଳ ବିଭାଗ ର କର୍ମଚାରୀ ମାଆ ଗୃହିଣୀ। ପିଲା ଦିନରୁ ସେ ଥିଲେ ଜଣେ ମେଧାବୀ ଛାତ୍ରୀ। ସମସ୍ତଙ୍କର ସ୍ବପ୍ନ ଥିଲା ଯେ ସେ କୌଣସି ବଡ଼ ସରକାରୀ ପଦବୀରେ ନହେଲେ ବ୍ୟାଙ୍କ୍ ରେ ଚାକିରି କରିବେ।ସତକୁ ସତ ସେଇଆ ଘଟିଲା। ଫାଇନାନ୍ସ ପାଠପଢ଼ା ପରେ ନ୍ୟାସନାଲ ବ୍ରାଣ୍ଡ ରେ ସେ ନିଯୁକ୍ତି ପାଇଥିଲେ। ଯେତେବେଳେ ଦେଖିଥିବା ସ୍ବପ୍ନ ର ଡାକରା ଆସେ ତାକୁ କିଏବା ମନା କରିପାରେ। ଠିକ୍ ସେଇଆ ଘଟିଥିଲା ତାଙ୍କ ସହ। ଦୁନିଆଁର କଥାକୁ ନ ଶୁଣି ସେ ଶୁଣିଥିଲେ ନିଜ ହୃଦୟର କଥା ଓ ରେଡିଓ ଜକି ଭାବରେ ଯୋଗ ଦେଇଥିଲେ ବିଗ୍ ଏଫ୍ ଏମ୍ ରେ। ବାସ୍ ସେଇଠୁ ବଦଳି ଯାଇଥିଲା ତାଙ୍କର ଜୀବନର ଗତିପଥ। ରେଡିଓ ଜକି ଭାବରେ ସେ ସାଉଣ୍ଟନ୍ତି ଅଜସ୍ର

ଲୋକପ୍ରିୟତା। ଅଳ୍ପ କିଛି ବର୍ଷ ଭିତରେ ସେ ଅତିକ୍ରମ କରନ୍ତି ରେଡିଓ ଜକି ରୁ ପ୍ରୋଗ୍ରାମିଙ୍ଗ ହେଡ୍ ପର୍ଯ୍ୟନ୍ତର ଦୂରତାକୁ । ହାତ ଧରି ତିଆରି କରନ୍ତି ନୂଆ ପିଢ଼ିକୁ, ଯେଉଁ ମାନଙ୍କ ମଧ୍ୟରୁ ଅନେକ ଆଜିର ତାରିଖରେ ରେଡିଓ ଜଗତର ପରିଚିତ ନାଁ। ଯେଉଁ ଆଖି ବଡ଼ ସ୍ବପ୍ନ ଦେଖିବାରେ ଅଭ୍ୟସ୍ତ ତାକୁ ବା ରେଡିଓ କେତେଦିନ ବାନ୍ଧି ପାରିଥାନ୍ତା ପରେ ପରେ ସେ ଯୋଗ ଦିଅନ୍ତି ଟେଲିଭିଜନରେ। ତରଙ୍ଗ ମ୍ୟୁଜିକର ଚ୍ୟାନେଲ ହେଡ଼ ଭାବରେ ଆରମ୍ଭ ହୁଏ ତାଙ୍କର ଟେଲିଭିଜନ୍ କ୍ୟାରିଅର।ତାଙ୍କରି ଉଦ୍ୟମ ରେ ସଙ୍ଗୀତ ଜଗତର ପ୍ରଚ୍ଛଦପଟର ନାୟକ ମାନଙ୍କୁ ମିଳେ ତାରକାର ପରିଚୟ । ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, ବଦ୍ୟକାର ମାନଙ୍କୁ ପ୍ରଥମଥର ଦର୍ଶକ ପରଦାରେ ଦେଖିବାର ସୁଯୋଗ ପାଆନ୍ତି ଏବଂ ତାଙ୍କର ତତ୍ୱାବଧାନ ରେ ତିଆରି ହୁଅନ୍ତି ଅନେକ ନୂଆ ନୂଆ ଯୁବ ଅଙ୍କର୍। ସେ ନିଜେ ନିଜର ପ୍ରତିଦ୍ବନ୍ଦୀ। ଚିରାଚରିତ ଧାରାରୁ ହଟି କିଛି ନୂଆ କରିବାର ପ୍ରେଚେଷ୍ଟ ତାଙ୍କୁ ଭିଡ଼ ଭିତରୁ ନିଆରା କରି ଗଢି ତୋଳେ।ବର୍ତ୍ତମାନ ସେ କଲର୍ସ ଓଡ଼ିଆ ର ମୁଖ୍ୟ ଭାବରେ କାର୍ଯ୍ୟରତ । ଆଗାମୀ ଦିନରେ ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ର ଉପହାର ଦେବା ସହ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆଗକୁ ନେବାପାଇଁ ସେ ପ୍ରତିଶ୍ରୁତିବଦ୍ଧ। ତାଙ୍କର ସ୍ବପ୍ନ ଅନ୍ୟାନ୍ୟ ଭାଷା ପରି ଓଡ଼ିଆ ଭାଷାର କାହାଣୀ ଓଡ଼ିଆ କଳାକାର ମାନଙ୍କୁ ସେ ଜାତୀୟ ସ୍ତରରେ ପ୍ରତିପାଦନ କରିବେ।
କର୍ମମୟ ଜୀବନରୁ ଟିକେ ଫୁରସତ ମିଳିଲେ ନିଜ ପରିବାର ସହ ଗୋଟେ ମୁହୂର୍ତ୍ତକୁ ବି ସେ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ । ପରିବାର କହିଲେ ତାଙ୍କର ସ୍ବାମୀ ସ୍ଥିତପ୍ରଜ୍ଞ ସିଦ୍ଧାର୍ଥ ଯିଏକି ଜଣେ ସଫଳ ଏଣ୍ଟରପ୍ରେନ୍ୟୁଅର୍ ଆଉ ଦୁଇଟି ପୁଅ ଜୟ ଓ ୟଶ।ବୃତ୍ତିଗତ ଜୀବନରେ ସେ ଯେତିକି ଦକ୍ଷ ବ୍ୟକ୍ତିଗତ ଜୀବନରେ ସେ ସେତିକି ସୃଜନଶୀଳ । ସେ ଯେତିକି ଭଲ କଥା କୁହନ୍ତି ସେତିକି ଭଲ ଚିତ୍ର ଅଙ୍କନ୍ତି ତା ସହ ଗପ ଲେଖିବା ପଢିବା ଆଉ ବଗିଚା ତିଆରି କରିବା ଓ ରୋଷେଇ କରିବାରେ ସେ ପାରଙ୍ଗମ। ଖାଲି ସେତିକି ନୁହେଁ, ସେ ଜଣେ ତାଲିମ୍ ପ୍ରାପ୍ତ କଥକ ନୃତ୍ୟଶିଳ୍ପୀ ମଧ୍ୟ। କେହି ହୁଏତ ନଦେଖିଲେ ବିଶ୍ବାସ କରିପାରିବେନି ଯେ ନିଜର ବ୍ୟବହୃତ ଅଧିକାଂଶ ଡ୍ରେସ୍ ସେ ନିଜେ ସିଲେଇ କରନ୍ତି ଯାହାର ସୁନ୍ଦରତା କୌଣସି ଫ୍ୟାସନ୍ ଡିଜାଇନର ର ଡିଜାଇନ୍ ଠାରୁ କମ୍ ନୁହେଁ।
ତାଙ୍କର ସବୁ ସ୍ବପ୍ନ ସାକାର ହେଉ । ଆଗାମୀ ଦିନରେ ମନୋରଞ୍ଜନ ଶିଳ୍ପକୁ ସିଖରକୁ ନେଇ ଯାଆନ୍ତୁ ଏତିକି ହିଁ ଆଶା।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories