ବାଲ୍ୟ ବିବାହ ରୋକିଲା ଚାଇଲଡଲାଇନ ଓ ପ୍ରଶାସନ

Udaya_Labanya | January 19, 2022 | 60 views |0 | Breaking News


ଫୁଲବାଣୀ -(ସୁନୀଲ ପଟନାୟକ )
ଚାଇଲ୍ଡଲାଇନ୍ କୁ ୧୦୯୮ ଜରିଆରେ ବାଲ୍ୟବିବାହ ସମ୍ପର୍କରେ ସୁଚନା ଆସିଥିଲା ଏବଂ ଆଜି ତା ୧୯.୦୧.୨୦୨୨ ରିଖ ଦିନ ସିଏମ୍ ପିଓ ତଥା ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ ଖଜୁରୀପଡା ଶ୍ରୀମତୀ ଗୀତାଞ୍ଜଳୀ ପଣ୍ଡା ଙ୍କ ନେତୃତ୍ବରେ ତାଙ୍କର ସୁପରଭାଇଜର ଶ୍ରୀମତୀ କ୍ରିଷ୍ଣl କୁମାରୀ ପଣ୍ଡା ଓ ଚାଇଲ୍ଡଲାଇନ୍ ଟିମ୍ ପ୍ରଭାସରଞ୍ଜନ ନାୟକ ଏବଂ ରାଜଲକ୍ଷ୍ମୀ ମହାକୁଡ ମିଳିତଭାବେ ଖଜରୀପଡା ଥାନା ଅଧିକାରିଣୀଙ୍କ ସହଯୋଗରେ ଖଜୁରୀପଡା ପଞ୍ଚାୟତ ସମିତି ଅନ୍ତର୍ଗତ ଅରାପାଜୁ ଗ୍ରାମପଞ୍ଚାୟତ ଅଞ୍ଚଳରେ ଏକ ୧୭ବର୍ଷୀୟା ନାବାଳିକାର ବିବାହ ବନ୍ଦ କରାଯଇଛି । ସୁଚନା ଅନୁସାରେ ନାବାଳିକାର ବିବାହ ଟିକାବାଲି ଥାନା ଅଞ୍ଚଳରେ ସ୍ଥିରହୋଇଥିଲା ଓ ଆଜି ନର୍ବନ୍ଧ କାର୍ଯ୍ୟକ୍ରମ ନାବାଳିକା ପରିବାରରେ ଆଡମ୍ବରରେ ଚାଲିଥିଲା। ଏହି ସମୟରେ ପ୍ରଶାସନର ମିଳିତ ଟିମ୍ ପହଞ୍ଚି ନିର୍ବନ୍ଧକୁ ବେଆଇନ ଘୋଷଣା କରିଥିଲେ ଏବଂ ନାବାଳିକା ଓ ତାର ପିତାମାତାଙ୍କୁ କାଉନସେଲିଂ ଓ ବାଲ୍ୟବିବାହର କୁପରିଣାମ ଏବଂ ଆଇନ ସମ୍ପର୍କରେ ଅବଗତ କରଥଲେ। ଏହାପରେ ନାବାଳିକାର ନାବାଳିକାର ପିତାମାତା ସହମତି ପହୋଇଥିଲେ ଓ ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ। ଏହାପରେ ସିଏମ୍ ପିଓଙ୍କ ତରଫରୁ ନାବାଳିକାକୁ ଅଧ୍ୟକ୍ଷ ଜିିଲ୍ଲା ଶିଶୁମଙ୍ଗଳ କମିଟିରେ ହାଜର କରାଯାଇଥିଲା ଓ ଖଜୁରୀପଡା ଥାନାରେ ଡାଏରୀ କରାଯାଇଥିଲା।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories