ଭାଜପାକୁ ଆଉ ଏକ ଝଟ୍‌କା: ଦଳ ଛାଡ଼ିଲେ ସୁକାନ୍ତ

Udaya_Labanya | January 26, 2022 | 51 views |0 | Breaking News

ବରଗଡ(ଉଲାପ୍ର)ପ୍ରଥମେ ଦଳୀୟ ପ୍ରାର୍ଥୀନୀ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର, ଆଜି ପୁଣି ଦଳର ବରିଷ୍ଠ ସଦସ୍ୟ ସୁକାନ୍ତ ଦାଶ ଦଳ ଛାଡ଼ିବା ଘଟଣା ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଉଷ୍ମତା ବଢ଼ିବାରେ ଲାଗିଛି। ସୋମବାର ୨ ଜାତୀୟ ଦଳ ଭାଜପା, କଂଗ୍ରେସ ପ୍ରାର୍ଥିନୀ ଅମ୍ବାଭୋନା ବ୍ଲକ ଜୋନ-୨ରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ଏହାପରେ ଏହି ଆସନରୁ ବିଜେଡ଼ି ପ୍ରାର୍ଥିନୀ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇ ଯାଇଛି । ଅନ୍ୟପଟେ ଆଜି ଭାଜପାର ପୂର୍ବତନ ଜିଲା ସଭାପତି ସୁକାନ୍ତ ଦାଶ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ଭାଜପା ପାଇଁ ଆଉ ଏକ ଶକ୍ତ ଝଟ୍‌କା ଭଳି ହୋଇଛି । ସୁକାନ୍ତ ପୂର୍ବରୁ ଦୁଇଥର ଭାଜପାର ଜିଲା ସଭାପତି ଭାବେ କାର୍ଯ୍ୟ କରିଥିଲେ । ଏହା ସହିତ ଦଳର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ, ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି ଭାବେ କାର୍ଯ୍ୟ ନିର୍ବାହ କରି ସାରିଛନ୍ତି । ତେବେ ଜିଲ୍ଲାରେ ଦଳର ସାମ୍ପ୍ରତିକ ବ୍ୟବହାରିକ ରାଜନୀତିରେ ଅତିଷ୍ଠ ହୋଇ ସେ ଇସ୍ତଫା ଦେଇଥିବା ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ଇସ୍ତଫା ପତ୍ରକୁ ଦଳର ରାଜ୍ୟ ସଭାପତିଙ୍କ ନିକଟକୁ ସେ ପଠାଇ ଦେଇଛନ୍ତି । ତେବେ ସୋମବାର ଦଳୀୟ ପ୍ରାର୍ଥିନୀ ଏବଂ ଏହାର ଦିନକ ପରେ ମଙ୍ଗଳବାର ପୂର୍ବତନ ଦଳୀୟ ଜିଲା ସଭାପତିଙ୍କ ଇସ୍ତଫାରୁ ଭାଜପାର ନେତୃତ୍ୱ ଏବଂ ଚଳିତ ପଞ୍ଚାୟତ ଭୋଟରେ ଦଳ କେଉଁ ଦିଗକୁ ମୁହାଁଉଛି, ସେ ନେଇ ସାଧାରଣରେ ଆଲୋଚନା ହେଉଛି।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories