#Breaking News

କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଫୁଲବାଣୀ -3/2 (ସୁନୀଲ ପଟନାୟକ )
କନ୍ଧ ମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ର ସିଦିଙ୍ଗ ଠାରେ ଗତଫେବୃଆରୀ ୧ ତାରିଖ ଠାରୁ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି!ଟୁର୍ନାମେଣ୍ଟ ସର୍ବମୋଟ ୧ ୬ ଟି ଟିମ ଭାଗ ନେଇଛନ୍ତି!ସିଦିଙ୍ଗ ଗ୍ରାମର ମଣ୍ଟୁ ବ୍ରଦର୍ଶ ସ୍ପୋର୍ଟ୍ସ କ୍ଲବ ଏହି ଟୁର୍ନାମେଣ୍ଟ ପରିଚାଳନା କରୁଛନ୍ତି!ପ୍ରଥମ ଦିନରେ ୩ ଟି ମେଚ, ଦ୍ୱିତୀୟ ଦିବସରେ ୩ ଟି ମେଚ ଅନୁଷ୍ଠିତ ହୋଇ ଥିଲା!ପ୍ରଥମ ଫାଇନାଲିଷ୍ଟ ଥିଲେ ଆର. ୟୁ ନାଇଟେଡ଼ ଏବଂ ଡେ଼ଫେଣ୍ଡର୍ସ!ଖେଳ ରେ ଚିକୁ, ରୀତିକ, ଶିବା, ସନୁ, ଜିଲୁ ଓମ୍ପାୟାରକରିଥିଲେ!
ଆଜିର ମେଚ ରେ ଆଠ ଓଭର ମେଚ ଖେଳି ଆମ୍ବପଡା ଫୁଲବାଣୀ ସାହି ବ୍ୟାଡ଼ ବୟସ କୁ ୩ ୯ ରନ ରେ ହରାଇ ବିଜୟୀ ହୋଇଥିଲେ!
ଗୁରୁବାର ମୁଖ୍ୟ ଅତିଥି ଭାବେ ସିନେ ତାରକା ତଥା କଣ୍ଠଶିଳ୍ପୀ ଜଳନ୍ଧର ବେହେରା ଓ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଞ୍ଚ ର ପୂର୍ବତନ ସଦସ୍ୟତଥା ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଡିଗାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେl
ଏଥିସହ କ୍ରୀଡ଼ା ହିଁ ଏକ ମାତ୍ରମାଧ୍ୟମ ଯାହା ପରସ୍ପର ମଧ୍ୟରେ ଏକତା ଓ ଭାଇଚାରା ସୃଷ୍ଟି ହୋଇପାରିବ ବୋଲି କହିଥିଲେl
ଆସନ୍ତା ୬ ତାରିଖରେ ଏହି ଟୁର୍ନାମେଣ୍ଟ ଉଦଯାପିତ ହେବବୋଲି ଆୟୋଜକ କହିଛନ୍ତି l

Leave a comment

Your email address will not be published. Required fields are marked *