ଦାରିଂବାଡ଼ି ରେ କନ୍ଧମାଳରେ ସାଂସଦଙ୍କ ନିର୍ବାଚନୀ ପ୍ରଚାର

Udaya_Labanya | February 10, 2022 | 13 views |0 | Breaking News

କନ୍ଧମାଳ(ଉଲାପ୍ର)କନ୍ଧମାଳ ଜିଲ୍ଲାର ବିଭିନ୍ନ ଜିଲ୍ଲା ପରିଷଦ ଜୋନରେ ବିଜେଡ଼ି ପ୍ରାର୍ଥୀଙ୍କ ସପକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଧୂଆଁଧାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲା ପରିଷଦ ଜୋନରେ ଶ୍ରୀ ସାମନ୍ତଙ୍କ ପ୍ରଚାର ସମୟରେ ବିପୁଳ ଜନ ସମର୍ଥନ ପରିଲକ୍ଷିତ ହେଉଛି । ଆଜିଗୁରୁବାର ସାଂସଦ ଶ୍ରୀ ସାମନ୍ତ ଦାରିଙ୍ଗ ବାଡି , ସିମନ ବାଡିବ୍ରାହ୍ମଣୀ ଗାଁ ଅlଦି ଅଂଚଳ ଗ୍ରସ୍ତ କରି ଦଳୀୟ ପ୍ରାର୍ଥୀ ଙ୍କ ସପକ୍ଷରେ ପ୍ରଚାର କରିଥିଲେ l
ସେହିପରି ବୁଧବାର ବାଲିଗୁଡ଼ା ବ୍ଲକ୍‍ ୧୬ ନମ୍ବର ଜୋନ୍‍ର ବିଜେଡ଼ି ପ୍ରାର୍ଥୀ ଆଶିଷ ଦିଗଲ ଓ କେ ନୂଆଗାଁ ବ୍ଲକ୍‍ର ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‍ର ପ୍ରାର୍ଥିନୀ ଅନିତା ମଲ୍ଲିକଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଆସି ସ୍ଥାନୀୟ ବିଜେଡ଼ି ଦଳୀୟ କର୍ମୀ ସମ୍ମିଳନୀରେ ଯୋଗଦେଇ ଆଲୋଚନା କରିଥିଲେ । ଏହି ଅବସରରେ ବିଜେଡ଼ି ପ୍ରାର୍ଥିନୀ ଶ୍ରୀମତୀ ଅନିତା ମଲ୍ଲିକ ଓ ଆଶିଷ ଦିଗଲଙ୍କ ବିଜୟ ସୁନିଶ୍ଚିତ କରିବାକୁ ଶ୍ରୀ ସାମନ୍ତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସମସ୍ତ ପଞ୍ଚାୟତରେ ଗାଁକୁ ଗାଁ ବୁଲି ଘରକୁ ଘର ଯାଇ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା କିପରି ପରିବର୍ତ୍ତନ ଆଣିଛି, ସେ ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ ସେ ପରାମର୍ଶ ଦେଇଥିଲେ । ଶ୍ରୀ ସାମନ୍ତଙ୍କ ପ୍ରଚାର ସମୟରେ କର୍ମୀମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି କର୍ମୀ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ବ୍ଲକ୍‍ ସଭାପତି ବାସୁଦେବ ପଣ୍ଡା ଓ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର, ବାଲିଗୁଡ଼ା ବିଜେଡ଼ି ବ୍ଲକ୍‍ ସଭାପତି ଟୁନା ଦାସଙ୍କ ସମେତ ବିଜେଡ଼ିର ବହୁ ଛାମୁଆ ନେତା ଯୋଗ ଦେଇଥିଲେ । ପରେ ଶ୍ରୀ ସାମନ୍ତ ବାଲିଗୁଡ଼ା ବ୍ଲକ୍‍ ପରମପଙ୍ଗା ଗ୍ରାମ ପଞ୍ଚାୟତ ଓ କେ ନୂଆଗାଁ ବ୍ଲକ୍‍ ବନ୍ଦଗୁଡ଼ା ଗ୍ରାମ ପଞ୍ଚାୟତ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଓ ପରିଚାଳନା ନେଇ ଛାମୁଆ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଥିଲେ l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories