ଫୁଲବାଣୀ ମୁନିସପାଲଟି ନିର୍ବାଚନ ପାଇଁ ପ୍ରିଲିମିନାରୀ ଭୋଟର ତାଲିକା ପ୍ରକାଶ

Udaya_Labanya | February 10, 2022 | 25 views |0 | Breaking News


ଫୁଲବାଣ(ସୁନୀଲପଟନାୟକ)
ପଞ୍ଚାୟତ ନିର୍ବାଚନ ପରେ ପରେ ସରକାର ଅର୍ବାନ ଇଲେକ୍ସନ କରିବେ । ଫଳରେ ଏନେଇ ପ୍ରସ୍ତୁତିମଧ୍ୟ ଆରମ୍ଭ ହୋଇଛି ।
ଏହିପରି ପ୍ରେକ୍ଷୀରେ ଗୁରୁବାର ଆଜି ଫୁଲ ବାଣୀ ମୁନିସପାଲଟି କାର୍ଯ୍ୟାଳୟ ପରିସରରେ ୧୩ଟି ୱ।ର୍ଡ ପାଇଁ ୱ ୲ର୍ଡୱାଇଜ ପ୍ରିଲିମିନାରୀଭୋଟର ତାଲିକା ପ୍ରକାଶ ପାଇଛି।
ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର. ମୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ଉପସ୍ଥିତିରେ 6 ନୋଟିସ ବୋର୍ଡରେ ମରାଯIଇଥିଲା।ଏହି ଅବସରରେ ସମସ୍ତ ରାଜନୈତିକ ଦଳ କର୍ମକର୍ତା ମାନେ ଉପସ୍ଥିତ ଥିଲେ। ସମସ୍ତ ରାଜନୈତିକ ଦଳକୁ ମଧ୍ୟ ଏହାର ନକଲ ପ୍ରଦାନ କରାଯାଇଥିଲା ଆସନ୍ତ । କାଲି୧୧ତାରିଖ ଠାରୁ ୧୬ ତାରିଖ ଯାଏ ନିଜ ୱ ୲ର୍ଡରେ ସେମାନଙ୍କ ନାମ ତାଲିକାରେ ସମସ୍ୟା କିଛି ଥିଲେ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ଫାଇଲ କରିପାରିବେ । ୧୭ ତାରିଖ ଦିନ କ୍କ୍ଲେମ ଓ ଅବଜେକସନର କରେକସନ ତାଲିକା ପ୍ରକାଶ କରାଯିବ। ୧୮ରେ ସମସ୍ତ୍ର ଶୁଣାଣୀସରିବା ପରେ ୧୯ ତାରିଖ ଦିନ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶେଷଦେବ ମିଶ୍ର କହିଛନ୍ତି।
ବର୍ତ୍ତମାନ ମୁନିସପାଲଟି ଅଞ୍ଚଳରେ ମୋଟ୨୫ହଜାର ୫୨୦ ଜଣ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧୨ ହଜାର ୬୪୫ପୁରୁଷ ଭୋଟର ଥିବାବେଳେ ୧୨ହଜାର୮୬୮ଜଣ ମହିଳା ଭୋଟର ଓ ୭ ଜଣ ଟ୍ରାନସ ଜେଣ୍ଡର ଥିବା କଥା ନିର୍ବାହୀ ଅଧିକାରୀ ବଳଦେବ ବେହେରା କହିଛନ୍ତି।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories