ମା ପାଟଖଣ୍ଡା ବାରିକ ସଂଘର ବାର୍ଷିକ ବୈଠକ: କୈଳାଶଙ୍କୁ ମିଳିଲା ରାଜ୍ୟ ବେହେରା ସଂଘ ଦାୟିତ୍ୱ

Udaya_Labanya | February 10, 2022 | 15 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ଶ୍ରୀ ଶ୍ରୀ ଖଡ଼ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମା ପାଟଖଣ୍ଡା ବାରିକ ସଂଘର ବାର୍ଷିକ ବୈଠକ ସଂଘ ର ସଭାପତି ନିରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତା ରେ ଆୟୋଜନ ହୋଇଥିଲା l ଏଥିରେ ବାଲିଗୁଡା ସମେତ ମହାଶିଙ୍ଗି, କ.ନୂଆଗାଁ, ସିର୍ତ୍ତିଗୁଡା, କୁର୍ତ୍ତମଗଡ, ତୁମୁଡିବନ୍ଧ ଓ କୋଟଗଡ ଅଞ୍ଚଳର ସମସ୍ତ ମୁଠା ବେହେରା ଓ ସଦସ୍ୟ ମାନେ ଉପସ୍ଥିତ ହୋଇ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା l ଏଥିରେ ସଂଘର ସଦସ୍ୟ କୈଳାଶ ଚନ୍ଦ୍ର ପସାୟତଙ୍କୁ ରାଜ୍ୟ ବେହେରା ଦାୟିତ୍ୱ ତୁଲାଇବା ପାଇଁ ସଂଘ ଅନୁମୋଦିତ କରିଥିବା ବେଳେ ସଭାପତି ଭାବେ ନିରଞ୍ଜନ ଡାକୁଆ, ସମ୍ପାଦକ ଭାବେ ମନୋଜ କୁମାର ପସାୟତ, କୋଷାଧକ୍ଷ ଭାବେ ଜଗନ୍ନାଥ ପସାୟତ, କ.ନୂଆଗାଁ ରୁ ଉପସଭାପତି ଭାବେ ସୂର୍ଯ୍ୟ ନାରାୟଣ ବେହେରା, କୋଟଗଡରୁ ମୁଠା ବେହେରା ଭାବେ ସନ୍ୟାସୀ ଡାକୁଆ, ତୁମୁଡିବନ୍ଧରୁ ମୁଠା ବେହେରା ଭାବେ ସୁଦାମ ଡାକୁଆ, ବାଲିଗୁଡାରୁ ପାଇକ ଭାବେ ସୁରେନ୍ଦ୍ର ଡାକୁଆ ଏବଂ କନ୍ଧମାଳ ଜିଲ୍ଲା ବାରିକ ସଂଘକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସଭାପତି ନିରଞ୍ଜନ ଡାକୁଆ ଓ ସମ୍ପାଦକ ମନୋଜ କୁମାର ପସାୟତଙ୍କୁ ଆଗାମୀ ଦୁଇ ବର୍ଷ ପାଇଁ ସଂଘ ତରଫରୁ ସମ୍ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି l ଶେଷରେ ସଭାପତି ଶ୍ରୀ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories