#Breaking News

ସମସରପୁର ପଞ୍ଚାୟତରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଭୋଟ ପ୍ରଚାର


ଆଠଗଡ଼(ଉଲାପ୍ର) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଠଗଡ଼ ବ୍ଲକରେ ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଜୋର ଧରିବାରେ ଲାଗିଲାଣି । ଆଜି ପୂର୍ବାହ୍ନରେ ଜୋନ୍- ୧ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମନମୋହିନୀ ଧଳ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ନିର୍ବାଚନୀ ପ୍ରଚାରରେ ସମସରପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଜ ସପକ୍ଷରେ ସମର୍ଥନ ଓ ଭୋଟ ଭିକ୍ଷା କରିଥିଲେ । ଏହି ନିର୍ବାଚନୀ ପ୍ରଚାରରେ ପ୍ରତ୍ୟେକ ମତଦାତା ମାନଙ୍କ ଘରକୁ ଘର ବୁଲି ତାଙ୍କ ପ୍ରାର୍ଥୀତ୍ବ ସମ୍ପର୍କରେ ବୁଝାଇ ସମର୍ଥନ ଓ ଭୋଟଭିକ୍ଷା କରିଥିଲେ । ଆଜିର ଏହି ନିର୍ବାଚନୀ ପ୍ରଚାରରେ ଶ୍ରୀମତୀ ଧଳ ସମସରପୁର ପଞ୍ଚାୟତର ଚିରିଗୁଡିଆ, ଆଙ୍କୁଲା, ଗୋଡିସାହି ଆଙ୍କୁଲା, ନଡୁଆପଡା ଓ ବୁଦ୍ଧିଆପାଟଣା ଗ୍ରାମକୁ ଯାଇ ମତଦାତାଙ୍କୁ ଭେଟିଥିଲେ । ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ସରପଞ୍ଚ ବାଞ୍ଛାନିଧି ଜେନା, ପୂର୍ବତନ ସମିତି ସଭ୍ୟ ମାନସ ରଞ୍ଜନ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ମହାନ୍ତି, ରବି ଗଣ୍ଠିଆ, ଗଦାଧର ରାଉତ, ପ୍ରେମାନନ୍ଦ ରାଉତ, ସୁରେଶ ପରିଡ଼ା ଓ ପ୍ରକାଶ ଚନ୍ଦ୍ର ପୁହାଣ ପ୍ରମୁଖ ମତଦାତା ମାନଙ୍କୁ ହାତ ଚିହ୍ନରେ ଭୋଟ ଦେଇ ପ୍ରାର୍ଥିନୀ ଶ୍ରୀମତୀ ଧଳଙ୍କୁ ବହୁ ସଂଖ୍ୟାରେ ବିଜୟୀ କରାଇବା ପାଇଁ ଉତ୍ସାହିତ କରିବା ସହ ଅନୁରୋଧ କରିଥିଲେ ।

Leave a comment

Your email address will not be published. Required fields are marked *