ବାଲିଗୁଡା ବିଧାୟକ ଙ୍କ ଗାଁ ରେ ଭୋଟ ବର୍ଜନ ଚେତାବନୀ, ନୂତନ ପଞ୍ଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ଦାବୀନେଇ ଭୋଟ ବର୍ଜନ କରିବେ ସାଇନପଡ଼ା ପଞ୍ଚାୟତ ର ଛଅ ୱାର୍ଡବାସୀ

Udaya_Labanya | February 13, 2022 | 27 views |0 | Breaking News


  • ଫୁଲବାଣୀ (ସୁନୀଲ ପଟନାୟକ )
  • ବାଲିଗୁଡା ବିଧାୟକ ଙ୍କ ଗାଁ ରେ ଭୋଟ ବର୍ଜନ ଚେତାବନୀ, ନୂତନ ପଂଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ଆଗାମୀ ତ୍ରୀ ସ୍ତରୀୟ ନିର୍ବାଚନ ବର୍ଜନ କରିବେ ସାଇନ ଗ୍ରାମ ପଂଚାୟତ ର ଛଅ ୱାର୍ଡବାସୀ ଆଗାମୀ ତ୍ରୀ ସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି l
  • ନନ୍ଦମାହା ସମେତ ଛଅ ୱାର୍ଡ଼ବାସୀ ଙ୍କ କହିବା କଥା ଯେ ପୂର୍ବରୁ ସେମାନେ କୁଡୁତୁଲୀ ଗ୍ରାମ ପଞ୍ଚାୟତ ରେ ଥିଲେ ସାଇନପଡା ପଞ୍ଚାୟତ ଗଠନ ବେଳେ ଗ୍ରାମବାସୀ ଙ୍କୁ ନଜଣାଇ ସାଇନପଡ଼ା ଗ୍ରାମପଞ୍ଚାୟତରେ ମିଶାଇ ଦିଆଗଲା l ଏନେଇ ଗ୍ରାମବାସୀ କ ନୂଆଗାଁ ବିଡ଼ିଓ. ଉପ ଜ଼ିଲ୍ଲାପାଳ ମୁଖ୍ୟ ଶାସନ ସଚିବ ଓ ପଞ୍ଚାୟତରାଜ ବିଭାଗ କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ ଶେଷରେ ବାଧ୍ୟହୋଇ ଗ୍ରାମବାସୀ ମିଳିତ ଭାବେ ବୈଠକ କରି ଭୋଟ ବର୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି l ଗାଁ ରେ ପାନୀୟ ଜଳ ସଙ୍କଟ ସହିତ ଗରିବ ହିତାଧିକାରୀ ଙ୍କୁ ବିଜୁ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନଥିବାରୁ ଲୋକ ମନରେ ଅସନ୍ତୋଷ ପ୍ରକାଶ ପାଇଛି ଏନେଇ ଗ୍ରାମବାସୀ ବହୁବାର ବ୍ଲକ ପ୍ରଶାସନିକ ଅଧିକାରୀ ଏବଂ ଜ଼ିଲ୍ଲାପାଳ ସ୍ଥାନୀୟ ବିଧାୟକ ଙ୍କୁ ଶେଷରେ ଅତିଷ୍ଠ ହୋଇ ଆଗାମୀ ତ୍ରୀ ସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ | ନନ୍ଦମାହା, କିରାକେତା, ଡାକରଗାଁ, ସିକେଶରୁ, ସାରିଖେତା, ମୁଣ୍ଡାର ଗାଁ, ବିକାଙ୍ଗିଆ. ତିଳକପଡା. ଗାନିପଡା. ଟେଟ୍ରେ ଗାଁ ରେ ଅନୁନ୍ୟ ପାଞ୍ଚହଜାର ଲୋକ ବସବାସ କରନ୍ତି କୁଡୁତୁଲୀ ଓ ସାଇନପଡା ପଞ୍ଚାୟତ କୁ ରାସନ ଚାଉଳ ଓ ବିଧବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୁଇଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ତେଣୁ ଛଅ ୱାର୍ଡବାସୀ ଙ୍କ ଦାବୀ ଯେ ସେମାନ ଙ୍କୁ ପୂର୍ବଭଳି କୁଡୁତୁଲୀ ୱାର୍ଡ଼ ରେ ସାମିଲ କରାଯାଉ କିମ୍ବା ନନ୍ଦମାହା ରେ ଛଅ ୱାର୍ଡ଼ କୁ ନେଇ ନୂତନ ପଞ୍ଚାୟତ ଗଠନ କରାଯାଉ ବୋଲି ଦାବୀ କରିଛନ୍ତି କମଳ ଲୋଚନ କହଁର, ରୁକ୍ମଣୀ କହଁର
  • , ସିମାଞ୍ଚଳ କହଁର ସମେତ ସମସ୍ତ ଗ୍ରାମବାସୀ l
Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories