ପ୍ରଥମ ପ୍ରର୍ଯ୍ୟାୟରେ ବାଲିଗୁଡ଼ା ଓ କ.ନୂଆଗାଁର ୩ଟି ଜିଲା ପରିଷଦ ଜୋନ ପାଇଁ ଭୋଟ ଗ୍ରହଣ

Udaya_Labanya | February 14, 2022 | 21 views |0 | Breaking News


ଫୁଲବାଣୀ-(ସୁନୀଲପଟନାୟକ)
ଆସନ୍ତା ୧୬ରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ କ.ନୂଆଗାଁ ବ୍ଳକରେ ପ୍ରଥମ ପ୍ରର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏହି ଦୁଇ ବ୍ଳକରେ ୩ଟି ଜିଲା ପରିଷଦ ଜୋନ ରହିଛି।
ସେଥିମଧ୍ୟରୁ ବାଲିଗୁଡ଼ାରେ ଦୁଇଟି ଓ କନୂଆଗାଁରେ ଗୋଟିଏ। ବାଲିଗୁଡ଼ା ବ୍ଲକର ଦୁଇଟି ଜିଲା ପରିଷଦ ଜୋନ ପାଇଁ ୪ଜଣ ଲେଖାଁଏ ୮ଜଣ ଓ କନୂଆଗାଁ ବ୍ଲକର ଗୋଟିଏ ଜୋନ ପାଇଁ ୩ଜଣ ପାର୍ଥୀ ପ୍ରତି ଦ୍ୱନ୍ଦିତା କରୁଛନ୍ତି।
ଫଳରେ ନିରପେକ୍ଷ ଭୋଟଗ୍ରହଣ ପାଇଁ ଆଜି ଏ ଦୁଇ ବ୍ଲ୍ କରେ ପୋଲିଙ୍ଗ ପାର୍ଟିମାନଙ୍କୁ ବାଲାଟବ କ୍ସ, ବାଲାଟ ପେପର ସମେତ ସମସ୍ତ ଆନୁସଙ୍ଗିକ ସାମଗ୍ରୀ ପ୍ରଦାନ କରାଯିବା ସହ ଗାଡି ଯୋଗେ ବୁଥରେ ପୁଲିଙ୍ଗ ପାର୍ଟିମାନଙ୍କୁ ସୁରକ୍ଷିତ ପହଞ୍ଚାଯାଇଛି । ୧୬ ତାରିଖ ସକାଳ ୭ରୁ ଦିନ ଗୋଟାଏଯାଏ ଭୋଟଗ୍ରହଣ ହେବ।
ବାଲିଗୁଡ଼ାରେ ଦୁଇଟି ଜୋନ ଲାଗି ୧୮୩ ଟି ଭୋଟ ଗ୍ରହଣ କେନ୍ଦ୍ର ଓ କନୂଆଗା ବ୍ଲକରେ ୧୭୭ଟି ଭୋଟ ଗ୍ରହଣ କେନ୍ଦ୍ର ରହିଛି ।
ବାଲିଗୁଡ଼ାର ଦୁଇଟି ଜିଲା ପରିଷଦ ପାଇଁ ୩୮ହଜାର ୧୩୬ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବାବେଳେ କ’ନୂଆଗାଁ ବ୍ଳକରେ ୪୦ ହଜାର୬୦୮ ଜଣ ଭୋଟର ମତଦାନ କରିବେ । ସେହିପରି ପଞ୍ଚାୟତସରପଞ୍ଚ ସମିତି ସଭ୍ୟ ଓ ୱ।ର୍ଡ ସଭ୍ୟ ପାଇଁ ମଧ୍ୟ ଭୋଟଗ୍ରହଣ କରାଯିବା।
ବ୍ଲକ ବିଡିଓମାନେ ଏ ସମସ୍ତ କାର୍ଯ୍ୟ ନିଜେ ଉପସ୍ଥିତ ରହି ସଠିକ ଭାବରେ ତଦାରଖ କରୁଛନ୍ତି । ନିର୍ବାଚନକୁସୁପରିଚାଳନା ପାଇଁ ପ୍ରତି୭/୮ଟି ବୁଥ ଲାଗି ସେକ୍ଟର ଅଫିସର ନିଯୁକ୍ତି ଦିଆଯାଇଛି । ସୁରକ୍ଷା ପାଇଁ ପ୍ରତି ବୁଥରେ ଜଣେ ଲେ ଖାଏଁ ପୋଲିସ ନିୟୋଜିତ କରାଯାଇଛି । ଏଥି ସହ ନିୟମିତ ସଶସ୍ତ୍ର ପୋଲିସ ପେଟ୍ରୋଲିଙ୍ଗ କରିବେ ।
ସମ୍ୱେ ଦନ ଓ ଅତି ସମ୍ବେଦନଶୀଳ ବୁଥ ଉପରେ ପୋଲିସ ଓ ପ୍ରଶାସନକ ସତର୍କ ନଜର ରଖିଥିବା କୁହାଯାଇଛି ।
ଜିଲ୍ଲାରେ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ଭୋଟ ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ,ଓ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ କହିଛନ୍ତି।

Share this

Related Posts

ନୂଆପାଟଣା ବୌଦ୍ଧ ସଂଘ ଦ୍ୱାରା ଶାନ୍ତିପୂର୍ଣ କ୍ୟାଣ୍ଡେଲ…

Udaya_Labanya | June 10, 2023 | 17 views |0

l ନୂଆପାଟଣା ( ଉଲ୍ଲାପ୍ର )ଶୁକ୍ରବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ଐତିହାସିକ ବୋଧିବୃକ୍ଷ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ନୂଆପାଟଣା ବୋୖଦ୍ଧ ସଂଘ ତରଫରୁ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସ୍ମୃତିଚାରଣ ଓ…

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views | 0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

Leave a Reply

Your email address will not be published. Required fields are marked *

Archives

Categories