ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମୁଖ ରେ ଛାତ୍ର ଛାତ୍ରୀ ଙ୍କର ବିକ୍ଷୋଭ
Udaya_Labanya | February 16, 2022 | 15 views |0 | Breaking News
ଢେଙ୍କାନାଳ (ଉଲାପ୍ର)ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପଞ୍ଚମ ସେମିଷ୍ଟାର ପରୀକ୍ଷା କୁ ବାତିଲି କରିବା ପାଇଁ କଲେଜ ସମୁଖରେ ଧାରଣା ଦେଇଥିଲେ, ଏହି ପରୀକ୍ଷା ବାତିଲି ପାଇଁ ଆଗରୁ ମଧ୍ୟ୍ୟ ଧାରଣା ବସିଥିଲେ ମହାବିଦ୍ୟାଳୟ ର ଅଧକ୍ଷ ଓ ଜିଲ୍ଲାପାଳ ଙ୍କୁ ମଧ୍ୟ ଦାବୀ ପତ୍ର ପ୍ରଦାନ କରିଥିଲେ ମଧ୍ୟ୍ୟ ଏହାର କିଛି ପଦକ୍ଷେପ ନେଇନଥିବାରୁ ଆଜି ପୁନର୍ବାର ଛାତ୍ର ଛାତ୍ରୀ ମାନେ ଧାରଣା ଦେଇଥିଲେ, ଢେଙ୍କାନାଳ ଟାଉନ ଥାନା ର ଅଧିକାରୀ ଘଟଣା ସ୍ଥଳରେ ପହଂଚି ଛାତ୍ର ଛାତ୍ରୀ ମାନଙ୍କୁ ବୁଝାସୁଝା କରିଥିଲେ, ପରେ ଧାରଣା ରୁ ଓହରି ଥିଲେ, ଏବଂ ଛାତ୍ର ଛାତ୍ରୀ ମାନେ କହିଛନ୍ତି ଯେ ଯଦି ତାଙ୍କର ଦାବୀ ପୂରଣ ନହୁଏ ତେବେ ସେମାନେ ରାଜରାସ୍ତା କୁ ଓଲ୍ହାଇ ବେ ବୋଲି ଚେତାବନୀ ଦେଇଛନ୍ତି,