ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର,ଫୁଲବାଣୀ ସ୍ଥାନାନ୍ତର

Udaya_Labanya | February 16, 2022 | 58 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଂଚାୟତ ଗୁରୁପଡା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି. ଜନ୍ମ କଲା ପୁଅ ର ଟାଙ୍ଗିଆ ଚୋଟରେ ମା ଗୁରୁତର ହୋଇ ମେଡିକାଲ ରେ ଭର୍ତି ହୋଇଥିବା ସୂଚନା ମିକିଛି. ସୂଚନା ଯୋଗ୍ୟ ଯେ ଗୁରୁପଡା ଗାଁ ର ବୈକୁଣ୍ଠ ମିଶ୍ର ନାମକ ଜଣେ ବ୍ୟକ୍ତି ଙ୍କ ସାନ ପୁଅ ଅଶ୍ୱିନୀ ମିଶ୍ର ଆଜି ବୁଧବାର ପ୍ରାୟ ଗୋଟାଏ ବେଳେ କୌଣସି କାରଣ ବଶତଃ ତାର ମା ସହ ବଚସା ହୋଇଥିଲା ଏଥିରେ ଉତ୍ୟକ୍ତ ହୋଇ ସାନ ପୁଅ ଅଶ୍ୱିନୀ ଏକ ଧାରୁଆ ଟାଙ୍ଗିଆରେ ହାଣି ପକେଇଥିଲା. ଏହାପରେ ଅଭିଯୁକ୍ତ ପୁଅ ଟାଙ୍ଗିଆ ସହ ଫିରିଙ୍ଗିଆ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣା ପଡିଛି. l
ଅନ୍ୟପଟେ ଖବର ପାଇ ଫିରିଙ୍ଗିଆ ଥାନା ର ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଘଟଣା ସ୍ଥଳରେ ପହଁଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ମହିଳାକୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡିକାଲ କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ପୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ କହିଛି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories