ପ୍ରଥମ ପର୍ଯ୍ୟାୟ ନିର୍ବାଚନ,ଭୋଟ ଗ୍ରହଣ କେନ୍ଦ୍ରର ପ୍ରସ୍ତୁତି ଶେଷ
Udaya_Labanya | February 16, 2022 | 21 views |0 | Breaking News
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଆସନ୍ତା କାଲି ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ଜିଲ୍ଲା ର ୪ଟି ବ୍ଲକର ୬୭ ପଞ୍ଚାୟତ ର ୮୬୯ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ। ଏଥିରେ ୨୭୨୧୩୨ ଜଣ ଭୋଟର ତାଙ୍କ ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନ ମଇଦାନରେ ଏଥର ବିଭିନ୍ନ ପଦ ପାଇଁ ୧୫୯୯ ପ୍ରାର୍ଥୀ ରହିଛନ୍ତି। ଚଳିତ ଥର ପ୍ରତି ବ୍ଲକରେ ଦୁଇଟି ପିଙ୍କ୍ ବୁଥ ଏବଂ ଗୋଟିଏ ମୋଡେଲ ବୁଥ ରହିଛି। ପିଙ୍କ୍ ବୁଥ ରେ କେବଳ ମହିଳା ମାନେ ଭୋଟ ଦାନ କରିବେ। ସେହିପରି ବୁଥ ରେ ମହିଳା ଅଧିକାରୀ ମାନେ ନିର୍ବାଚନ ପରିଚାଳନା କରିବେ। ଏଥିପାଇଁ ବୁଥ ରେ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲା ର ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ରୁଚିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ ଦରଲ୍ଲିପାଲିରେ ପିଙ୍କ୍ ଭୋଟ ଗ୍ରହଣ କେନ୍ଦ୍ରକୁ ଆମ୍ଭାଭୋନା ଓ ଭଟଲି ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀ ସଦାକର କୁମ୍ଭାର, ଅମ୍ଭାଭୋନା ବ୍ଲକ ଅଧିକାରୀ ସୁଶ୍ରୀ ଅନୁପମା ଘୋଷ, ରୁଚିଦା ଜିପିଇଓ ଭୁବନେଶ୍ଵର ପ୍ରଧାନ ତଦାରଖ କରିଥିଲେ।