
ଜୋର ଧରିଲା କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ପ୍ରଚାର : ବାଇକ୍ ଶୋଭାଯାତ୍ରାରେ ବୁଲିଲେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ
Udaya_Labanya | February 17, 2022 | 86 views |0 | Breaking News
ଆଠଗଡ଼(ଉଲାପ୍ର)ଗୁରୁବାର ପୂର୍ବାହ୍ନରେ ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟ ବେଶ ସରଗରମ ହୋଇଉଠିଥିଲା । ଆଜି ୧ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମନମୋହିନୀ ଧଳଙ୍କ ନିର୍ବାଚନୀ ପ୍ରଚାରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ଉପସ୍ଥିତି ନେଇ କଂଗ୍ରେସ କର୍ମୀମାନେ ବେଶ୍ ସକ୍ରିୟ ହୋଇ ଉଠିଥିଲେ । ଦିନ ୧୧ ଟା ବେଳେ ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟରୁ ଦଳୀୟ ନେତୃବୃନ୍ଦଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ବିଶାଳ ବାଇକ୍ ଶୋଭାଯାତ୍ରାରେ ବାହାରି ବଡଭୂଇଁ, ଖୁଣ୍ଟକଟା, ଜେନାପଦା, ଇଚ୍ଛାପୁର, ସମସରପୁର, ସଠିଲୋ, ଦୋରଡ, ଯୋରନ୍ଦା, ଡରଡିଙ୍ଗ, ଓ କୁଲେଇଲୋ ଆଦି ୧୦ ପଞ୍ଚାୟତର ବିଭିନ୍ନ ଗ୍ରାମକୁ
ଯାଇ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମନମୋହିନୀ ଧଳଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ମତଦାତା ମାନଙ୍କୁ ଅନୁରୋଧ କରିବା ସହ ଉତ୍ସାହିତ କରାଇଥିଲେ । ଦୀର୍ଘଦିନର ବ୍ୟବଧାନ ପରେ ଆଜି କଂଗ୍ରେସର ଏତାଦୃଶ୍ଯ ପ୍ରଚାର କାର୍ଯ୍ଯ ବିଭିନ୍ନ ମହଲରେ ଭିନ୍ନ ଆକର୍ଷଣ ସୃଷ୍ଟି କରିଥିଲା । କଂଗ୍ରେସର ଏହି ବାଇକ୍ ଶୋଭାଯାତ୍ରାକୁ ବିଭିନ୍ନ ପଞ୍ଚାୟତ ଓ ପ୍ରମୁଖ ଛକ ସ୍ଥାନ ଗୁଡିକରେ ବହୁ ପୁରୁଖା ମତଦାତା ମାନେ ସ୍ବାଗତ କରିବା ସହ ଶୁଭେଛା ଜଣାଇଥିଲେ । ଆଜିର ଏହି ବିଶାଳ ବାଇକ୍ ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜଗଦାନନ୍ଦ ପଟ୍ଟନାୟକ, ଆଠଗଡ଼ ବ୍ଲକ୍ କଂଗ୍ରେସ ସଭାପତି ସୁଦର୍ଶନ ସାହୁ, ସୁରେଶ ପରିଡ଼ା, ପୂର୍ବତନ ସରପଞ୍ଚ ବାଞ୍ଛାନିଧି ଜେନା, ରବି ଗଣ୍ଠିଆ, ଗଦାଧର ରାଉତ, ମିନିଷ୍ଟର ପ୍ରଧାନ, ବିପିନ ମହାପାତ୍ର, ମାନସ ରଞ୍ଜନ ପ୍ରଧାନ, ପ୍ରେମାନନ୍ଦ ରାଉତ, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ, ଆଠଗଡ଼ ଯୁବ କଂଗ୍ରେସ ସଭାପତି ବିକ୍ରମ ରାୟସାମନ୍ତ, ଅମ୍ବୁଜ ଜେନା,ପ୍ରଶାନ୍ତ କୁମାର ବେହେରା, ଅମୀୟ କୁମାର ବେହେରା, ଜ୍ଞାନରଞ୍ଜନ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ପୁହାଣ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ସମର୍ଥକ ମାନେ ସକ୍ରିୟ ସହଯୋଗ କରିଥିଲେ ।