ନୃସିଂହ ନାଥ ପୀଠରେ ଆରମ୍ଭ ହେଲା ହରିହର ପଙ୍ଗତ
Udaya_Labanya | February 17, 2022 | 31 views |0 | Breaking News
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ପାଇକମାଳ ସ୍ଥିତ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ନାଥ ପୀଠ ରେ ଆଜି ପୁଣିଥରେ ଆରମ୍ଭ ହୋଇଛି ହରିହର ପଙ୍ଗତ(ପ୍ରସାଦ)। ଅନେକ ଦିନରୁ ମନ୍ଦିର ଖୋଲିଥିଲେ ମଧ୍ୟ ଭକ୍ତ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଥିଲେ ଭକ୍ତ। ଆଜି ଏହି ପ୍ରତୀକ୍ଷା ର ଅନ୍ତ ଘଟିଛି ସାମାଜିକ ଦୂରତା ରକ୍ଷା କରି ଉପସ୍ଥିତ ଭକ୍ତ ମାନଙ୍କୁ ହରିହର ପଙ୍ଗତ ବଣ୍ଟନ କରାଯାଇଛି। ନୃସିଂହ ନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଙ୍କ ସୂଚନା ଅନୁସାରେ କରୋନା କଟକଣା ଯୋଗୁଁ ଗତ ୨୦୨୦ ମାର୍ଚ୍ଚ ୧୭ ତାରିଖ ରୁ ଏହା ବନ୍ଦ ରହିଥିଲା। ପୁଣି କଟକଣା କୋହଳ ହେବା ପରେ ୨୦୨୧ ଜାନୁଆରୀ ରୁ ଆରମ୍ଭ ହୋଇ ଏପ୍ରିଲ ମାସ ପର୍ଯ୍ୟନ୍ତ ଚାଲିଥିଲା। ପୁଣି କଟକଣା ଲାଗିବାରୁ ସାଧାରଣ ଭକ୍ତଙ୍କ ଅନେକ ଦିନରୁ ମହାପ୍ରସାଦ ହରିହର ପଙ୍ଗତ ବନ୍ଦ ଥିଲା । ଆଜିଠାରୁ ଏହାକୁ ଆରମ୍ଭ କରାଯାଇଛି। ଆସନ୍ତା ମାର୍ଚ୍ଚ ୧ତାରିଖ ରୁ ଦେୟଯୁକ୍ତ ଭୋଗ ମଧ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।