ବ୍ୟାନର ଲଗାଇବାରୁ ଆଦିବାସୀ ଯୁବକକୁ ବିଜେପି କର୍ମୀଙ୍କ ମରଣାନ୍ତଙ୍କ ଆକ୍ରମଣ
Udaya_Labanya | February 17, 2022 | 28 views |0 | Breaking News
ଢେଙ୍କାନାଳ( ଉଲାପ୍ର) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଜରଡ଼ା ଗ୍ରାମର ଗୌତମ ପଧାନ ଗତ 03/02/2020 ରିଖ ଦିନ ବିଜେଡିଦଳର ବ୍ୟାନର ଲଗାଉଥିବା ବେଳେ ସେହି ଗ୍ରାମର ଚାରି ଜଣ ବିଜେପି କର୍ମୀ ବାଙ୍କନିଧି ବିଶ୍ୱାଳ, ସତ୍ୟାନନ୍ଦ ବିଶ୍ୱାଳ,ନବୀନ ବିଶ୍ୱାଳ,ଓରଫ ଫଣ୍ଟି ଏବଂ ରୁଦ୍ରନାରାୟଣ ସାହୁ ମିଶିକି ଏକ କ୍ରିକେଟ ବ୍ୟାଟରେ ମୁଣ୍ଡରେ ମାଡ଼ ମାରିଥିଲେ ବିଧା ଗୋଇଠା ମାଡ଼ ମାରିବା ସହିତ ଜାତିଆଣ ଆକ୍ଷେପ କରି ଜୀବନରେ ମାରିଦେବାକୁ ଧମକ ଦେଇ ଗାଳିଗୋଲଜ କରି ଅଚେତ କରିଦେଇଥିଲେ ସାଙ୍ଗେ ସାଙ୍ଗେ ଅନଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ!ଚିକିତ୍ସାହୋଇ ଘରକୁ ଆସି ଆହତଙ୍କ ସ୍ତ୍ରୀ ପୁଷ୍ପ ପଧାନ ଭୟଭୀତ ହୋଇ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି!ମୁଣ୍ଡରେ ଜୋରରେ ମାଡ଼ ହୋଇଥିବାରୁ ଗୌତମ କିଛି ବୁଝି ପାରୁନାହାନ୍ତି!ଗରିବ ଦିନ ମଜୁରିଆ ପରିବାର ହୋଇଥିବାରୁ ଅର୍ଥାଭାବରୁ ଭାଂଗିପଡିଛନ୍ତି ପୁଷ୍ପ ପଧାନ!