ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ; ସୋହେଲା ବ୍ଲକ ରେ ୮୪.୭୮ ପ୍ରତିଶତ ଭୋଟଦାନ
Udaya_Labanya | February 22, 2022 | 142 views |0 | Breaking News
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଜିଲ୍ଲା ର ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ଭୋଟ ଗ୍ରହଣ ରେ ୮୪.୭୮ ଶତକଡା ମତଦାନ
ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୪ର୍ଥ ପର୍ଯ୍ୟାୟ ନିର୍ବାଚନ ରେ ଜିଲ୍ଲାର କେବଳ ସୋହେଲା ବ୍ଲକ ପାଇଁ ଭୋଟ ଗ୍ରହଣ ହୋଇଥିଲା। ୨୭ ପଞ୍ଚାୟତ ପାଇଁ ୩୮୬ ଟି ଭୋଟ ଗ୍ରହଣ କେନ୍ଦ୍ରରେ ଅନୁଷ୍ଠିତ ମତଦାନ ସକାଶେ ୧୦୫୭୨୮ ଭୋଟରଙ୍କ ମଧ୍ୟରୁ ୮୯୬୩୩ ଜଣ ଭୋଟର ମତଦାନ କରିଥିଲେ। ସେଥିମଧ୍ୟରେ ୪୭୨୮୯ ପୁରୁଷ ଏବଂ ୪୨୩୪୪ ମହିଳା ଭୋଟ ଦାତା ତାଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ବାଉଁସେନମୁରା ଗ୍ରାମ ର ୭ ନଂ ବୁଥ ଠାରେ ରାଜ୍ୟ ସରକାର ଙ୍କ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଭୋଟଦାନ କରିଥିଲେ। ସେହିପରି ପଣ୍ଡକିପାଲି ଗ୍ରାମ ଠାରେ ନିର୍ବାଚନୀ ହିଂସା ଘଟି ଜଣେ ଦଳୀୟ କର୍ମୀ ଗୁରୁତର ଆହତ ହୋଇ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗ୍ରାମ ରେ ବର୍ତ୍ତମାନ ସୁଦ୍ଧା ଚାପା ଉତ୍ତେଜନା ଲାଗି ରହିଥିବା ଯୋଗୁଁ ପୋଲିସ ମୁତୟନ କରାଯାଇଛି।