ଦାରିଙ୍ଗବାଡି ଓ ରାଇକିଆରେ ବିଜେପିର ଯୋରଦାର ପ୍ରଚାର

Udaya_Labanya | February 22, 2022 | 144 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ)
ଶେଷ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆସନ୍ତା ୨୪ରେ ହେବ । ଆଉ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିଓ ରାଇକିଆ ବ୍ଳକରେ ଶେଷ ପ୍ରର୍ଯ୍ୟ ୟରେ ନିର୍ବାଚନ ହେଉଛି । ଫଳରେ ହାତରେ ଆଉ ଦୁଇ ଦିନ ସମୟ ରହିଲା।ଦ।ରିଙ୍ଗବାଡି କଂଗ୍ରେସଗଡ଼ ହୋଇଥିବାରୁ ବିଜେପି ଓ ବିଜେଡି ଏହି ଦୁଇଟି ଜିଲା ପରିଷଦ ଜୋନ ହାତେଇବାଲାଗି ଯୋର ଦାର କସରତ କରୁଛନ୍ତି । ବିଜେପିର ଜିଲ୍ଲା ପ୍ରଭାରି ବିରଞ୍ଚି ନାରାୟଣ ତ୍ରିପାଠୀ, ଜିଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ସମେତ ଯୁବ ବିଜେପି ନେତା ତଥା ଓ ବିସିସେଲସଭାପତି ହିରେନ ସାହୁ ପ୍ରମୁଖ ବିଜେପି ପ୍ରାର୍ଥୀ ନି ଡଃ. ଅର୍ଚ୍ଚନା ପ୍ରଧାନଙ୍କ ପାଇଁ ଘର ଘର ଓ ଗ୍ରାମକୁ ଗ୍ରାମ ବୁଲି ବିଜେପି ସପକ୍ଷରେ ଭୋଟ ଦେବା ଲାଗି ପ୍ରଚାର ଚଳାଇ ଥିବା ଦେଖିବାକୁ ମିଳିଛି । ସେହିପରି ସୋମବାର ରାଇକିଆ ଠାରେ ରାଜ୍ୟ ସଭାପତି ସମିର ମହାନ୍ତି ମଧ୍ୟ ଗସ୍ତରେ ଆସି ନିର୍ବାଚନ ପ୍ରଚାର କରିଛନ୍ତି। ଶାସକବିଜେଡି ପକ୍ଷରୁ ବିଧାୟକସାଲୁଗା ପ୍ରଧାନ, ସାଂସଦ ଡ. ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ତଥା ପ୍ରଭାରୀ ପ୍ରତାପ ଜେନା, ସହପ୍ରଭାରୀ ବିକ୍ରମ ପଣ୍ଡା, କିଶୋର ମେହର, ଜିଲା ସଭାପତି ସରୋଜ କର୍ଣ୍ଣ ପ୍ରମୁଖ ବହୁବରୀଷ୍ଠ ନେତା ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ରାଇକିଆ ଓ ଦାରିଙ୍ଗବାଡି ଅଞ୍ଚଳରେ ବହୁବାର ପ୍ରଚାର କରି ଦଳ ସପକ୍ଷରେ ଭୋଟ ଦେବା ଲାଗି ବହୁବାର ପ୍ରଚାର କରିସାରିଲେଣି। ସେହିପରି କଂଗ୍ରେସ ନେତା ଅମିର ଚାନ୍ଦ ମଲିକ, ଜିଲ୍ଲା କଂଗ୍ରେସ ନେତା ଅନାମ ନାଏକ , ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତଥା ବ୍ଲକ ଅଧ୍ୟକ୍ଷା ରୁଦା ମାଲିକ ପ୍ରମୁଖ ପ୍ରଚାରକୁଯୋରଦାର କରିଛନ୍ତି।
ତେବେ ଭୋଟର କାହାକୁ ପସନ୍ଦ କରୁଛନ୍ତି ତାହା ଭୋଟ ଗଣତି ପରେ ଜଣାପଡିବ ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories