ଆଗାମୀ ୨୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି “ଲଭ୍ ୟୁ ଲଭ୍‌ଲୀ”

Udaya_Labanya | February 24, 2022 | 247 views |0 | Breaking News

ଭୁବନେଶ୍ୱର(ଉକାପ୍ର) : ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଦିଲୁ ତା’ର ନୂଆ ପଡ଼ୋଶିନୀଙ୍କ ସହ ଭେଟ ହେଉଛି। ସେଇ ପଡ଼ୋଶିିନୀଙ୍କ ନାଁ ଲଭ୍‌ଲୀ। ଲଭ୍‌ଲୀ ଦେଖିବାକୁ ଅତି ସୁନ୍ଦର। ନିଜ ସୌନ୍ଦର୍ଯ୍ୟରେ ‌ଲଭ୍‌ଲୀ ଦିଲୁକୁ ବଶୀଭୂତ କରିବାକୁ ଚାହୁଁଛି। ଲଭ୍‌ଲୀକୁ ପାଇବା ପାଇଁ ଦିଲୁ ମଧ୍ୟ ଦିବାସ୍ବପ୍ନ ଦେଖୁଛି। ଏଥିପାଇଁ ସେ

ଲଭ୍‌ଲୀ ସହ ଭାବ ବିନିମୟ କରୁଛି। ଧୀରେ ଧୀରେ ଦିଲୁ ଲଭ୍‌ଲୀର ନିକଟତର ହେଉଛି ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠୁଛି। ହେଲେ ଏ ଦୁହିଙ୍କ ସମ୍ପର୍କ ଆଉ ଆଗକୁ ବଢ଼ିପାରୁନାହିଁ। ନବମ ଶ୍ରେଣୀରେ ପଢ଼ୁଥିବା ଲଭ୍‌ଲୀ ଓରଫ ପିହୁ ହଠାତ୍ ଆଉ ଜଣକୁ ବିବାହ କରୁଛି। ଏଇ ଘଟଣା ପରେ ଦିଲୁର ହୃଦୟ ଫାଟିପଡ଼ୁଛି। ସନ୍ଦୀପ ରାଉତ ପ୍ରଯୋଜିତ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ପଟେଲ ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ। ଲଭ୍‌ଲୀ ଭୂମିକାରେ

ମୁମ୍ବାଇ ଅବସ୍ଥାପିତ ଓଡ଼ିଆ ଅଭିନେତ୍ରୀ ସ୍ମିତିକା ଆଚାର୍ଯ୍ୟ, ଦିଲୁ ଭୂମିକାରେ ଲୋହିତାକ୍ଷ ପଟ୍ଟନାୟକ ଥିବାବେଳେ ଆର୍ଯ୍ୟ ପ୍ରହରାଜ, ଅନୀଶ ମିଶ୍ର, ସ୍ବରାଜ ପତି, ଲୋପାମୁଦ୍ରା ସେନାପତି, ସ୍ନିଗଧା ମହାନ୍ତି, ଗୋ‌ପାଳ ଶର୍ମା ପ୍ରମୁଖ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ରେ ଏହା ଆଗାମୀ ୨୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ପୂର୍ବରୁ କଞ୍ଚାଲଙ୍କା ଓଟିଟି ରେ ପପୁଙ୍କ “ହ୍ୟାଲୋ ରାବଣ”,ରୀୟା ଙ୍କ “ହଉ ହଉ ହେଇଗଲା ରେ” , ଶ୍ରଦ୍ଧା ଙ୍କ “ବ୍ରେକ୍ ଅପ୍ ରୁଲସ୍” ଷ୍ଟ୍ରିମିଙ୍ଗ୍ ହୋଇ ବେଶ୍ ଆଦୃତ ହୋଇସାରିଛି।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories