#Breaking News

ଦାରିଙ୍ଗବାଡି ଓ ରାଇକିଆ ବ୍ଲକରେ ଶାନ୍ତିପୂର୍ଣ୍ଣଭାବେ ସରିଲା ନିର୍ବାଚନ, ଭୋଟ ଗଣତି କୁ ଅପେକ୍ଷା


ଫୁଲବାଣୀ-(ସୁନୀଲ ପଟନାୟକ)
ପଞ୍ଚାୟତ ନିର୍ବାଚନ ର ଶେଷ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଗୁରୁବାର ସରିଛି । ପଞ୍ଚମ ଅର୍ଥାତ ଶେଷ ପ୍ରର୍ଯ୍ୟ।ୟରେ ଜିଲ୍ଲାର ଦ୲ରିଙ୍ଗବାଡି ଓ ରାଇକିଆ ଦୁଇଟି ବ୍ଲକରେ ୪ଟି ଜିଲ୍ଲାପରିଷଦ, ୩୭ଟିସରପଞ୍ଚ ଓ ସମିତି ସଭ୍ୟଓୱ।ର୍ଡସଭ୍ୟ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଏହି ଦୁଇ ବ୍ଲକରେ ମୋଟ ୩୪୮ ବୁଥରେ ୮୦ହଜାର ୫୬୧ ଜଣ ଭୋଟର ଅଛନ୍ତି।
ଭୋଟର ମାନେ ବେଶ ସକାଳୁ ସକାଳୁ ନିତ୍ୟକର୍ମ ସାରି ଉତ୍ସାହ ର ସହିତ ଭୋଟ ଦେବାଲାଗି ଆସି ଧାଡି ରେ ଛିଡା ହୋଇଥିବା ଦେଖାଯାଇଥିଲା lତେବେ ମହିଳା ମାନଙ୍କୁ ଅଧିକ ସଂଖ୍ୟାରେ ଭୋଟ କେନ୍ଦ୍ର ରେ ଦେଖିବାକୁ ମିଳିଥିଲା l

ଦାରିଙ୍ଗବାଡି ବ୍ଲକରେ ଦୁଇଟି ଜିଲ୍ଲାପରିଷଦ, ୨୫ଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସମେତ ୱ ୲ର୍ଡ଼ସଭ୍ୟ ପାଇଁ ଭୋଟ ହୋଇଥିଲା। ଦାରିଙ୍ଗବାଡି ବ୍ଲକରେ ଗୁରୁବାର ୨୪ ତାରିଖରେ୧୭୫ଟି ବୁଥରେ ଭୋଟର ସେମାନଙ୍କ ମତଦାନ କରିଥିଲେ।
ସେହିପରି ରାଇକିଆ ବ୍ଲକରେ ମଧ୍ୟ ୨ଟି ଜିଲା ପରିଷଦ ଜୋନ ,୧୨ଟି ସରପଞ୍ଚସମିତି ସଭ୍ୟ ଓ ୱ।ର୍ଡ଼ସଭ୍ୟ ପାଇଁ ଭୋଟ ଗ୍ରହଣ ଶାନ୍ତି ପୂର୍ଣ୍ଣଭାବେ ହୋଇଥିଲା ରାଇକିଆବ୍ଲକରେ ୧୭୩ଟି ବୁଥରେ ଭୋଟର ସେମାନଙ୍କ ମତଦାନ କରିଥିଲେ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ।
ଦୀରିଙ୍ଗବାଡି ଓ ରାଇକିଆର କିଛି ଅଞ୍ଚଳମାଓପ୍ରବଣ ହୋଇଥିବାରୁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ପୋଲିସ ପେଟ୍ରୋଲିଙ୍ଗକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।
ବିଡିଓଦ।ରିଙ୍ଗବାଡିବିଡିଓ ଗଦାଧର ପାତ୍ର, ସହକାରୀ ଯନ୍ତ୍ରୀ ଇଂଶିଶିର କୁମାର ପାତ୍ରଙ୍କ ସମେତ ସମସ୍ତ ଯନ୍ତ୍ରୀ, ଜିପିଇଓ ପ୍ରମୁଖ ନିଷ୍ଠା ଓ ଆନ୍ତରୀକତ।ର ସହ ନିର୍ବାଚନ ପରିଚାଳନା କରିଥିଲେ। ନିର୍ବାଚନ ଯେପରି ଅବାଧ ମୁକ୍ତ ଓ ନିରପେକ୍ଷ ହେବ ସେଥିପାଇଁ ବିଡିଓ ପାତ୍ର ସତର୍କ ଦୃଷ୍ଟି ରଖିବା ସହ ଯଥାସମ୍ଭବ ଚେଷ୍ଟା କରିଥିଲେ ।
ସେହିପରି ରାଇକିଆରେ ମଧ୍ୟ ବିଡିଓ, ଓ ଦାୟୀତ୍ଵରେ ଥିବା ତହସିଲଦାର ଓ ବ୍ଲ୍କ୍କ୍କକ କର୍ମଚାରୀମାନେ ନିର୍ବାଚନକୁ ସୁଚାରୁ ରୁପେ ତୁଲାଇଥିଲେ।
କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦ । ଡି ଓ ଏସପି ବିନିତ ଅଗ୍ରୱାଲ ପ୍ରମୁଖ ଦୁଇ ବ୍ଲକ ଗସ୍ତକରି ଶେଷ ପ୍ରର୍ଯ୍ୟାୟ ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାର ସହ ହେବ ସେ ନେଇ ତଦାରଖ କରିଥିଲେ ।
ଆସନ୍ତା ୨୬ରୁ ପ୍ରତିବ୍ଲକ
ରେକଡ଼ା ସୁରକ୍ଷା ବ୍ୟବସ୍ଥାରେ ଭୋଟ ଗଣତି ହେବ ବୋଲି ଜଣାପଡିଛି।
ତେବେ ପ୍ରାର୍ଥୀମାନଙ୍କ ଭାଗ୍ୟବାଲାଟବକ୍ସ ମଧ୍ୟରେ ରହିଥିବା ରୁ ସେମାନେ ଭୋଟ ଗଣତିକୁ ଚାହିଁ ବସିଛନ୍ତି ।

Leave a comment

Your email address will not be published. Required fields are marked *