ପୌରନିର୍ବାଚନ ପାଇଁ ସବୁ ଦଳ ତତ୍ପର ବିଜେଡି ପକ୍ଷରୁ ଆଗ୍ରହୀ ପ୍ରାର୍ଥୀଙ୍କ ଆବେଦନ

Udaya_Labanya | February 24, 2022 | 199 views |0 | Breaking News


ଫୁଲବାଣୀ(ସୁନୀଲପଟନାୟକ)
ପୌର ନିର୍ବାଚନ ପାଇଁ ସରକାର ଯେତିକି ତତ୍ପର ରାଜନୈତିକ ଦଳର ନେତା ଓ କର୍ମୀମାନେ ମଧ୍ୟ ସେତିକିତତ୍ପର ଥିବା ଦେଖିବାକୁ ମିଳିଛି । ବିଜେଡି ଦଳ ପକ୍ଷରୁ ଫୁଲ ବାଣୀ ପୌରପରିଷଦର ପ୍ରତି ୱ।ର୍ଡରେୱ।ର୍ଡ କମିଟି ବୈଠକ ମାନବସି ଦଳୀୟ ସଂଗଠନକୁ ମଜବୁତ କରିବା ଓ ବିଜୟୀ ସମ୍ଭାବନା ଥିବା ପ୍ରାର୍ଥୀକୁ ଆଗ୍ରାଧିକାର ଭିତ୍ତିରେ ଟିକଟ ପ୍ରଦାନ ସଂପର୍କରେ ଆଲୋଚନା ସରିବାସହ ଏବେ ଦଳ ପକ୍ଷରୁ ପ୍ରତି ୱ।ର୍ଡ ପାଇଁ ଆଗ୍ରହୀ ପୁରୁଷ ଓ ମହିଳାମ।ନଙ୍କୁ ଆବେଦନ କରିବାଲାଗି କୁହାଯାଇଥିବା ଜିଲ୍ଲା ସଭାପତି ସରୋଜ କର୍ଣ୍ଣ କହିଛନ୍ତି । ଫଳରେ ପ୍ରତି ୱ।ର୍ଡରୁ ଆଗ୍ରହୀ ପ୍ରାର୍ଥୀ ଦଳୀୟ ଟିକେଟ ପାଇଁ ଆବେଦନ କରୁଛନ୍ତି । ଶାସକ ଦଳର ଟିକେଟ ଖଣ୍ଡିଏ ମିଳିଗଲେ ସୁବିଧାରେ ବିଜୟୀ ସମ୍ଭାବନା ରହିଛି। ଏଣୁ ବିଜେଡି ଟିକେଟ ପାଇଁ ଆବେଦନକାରୀଙ୍କ ସଂଖ୍ୟା ଅଧିକ ରହୁଥିବା ଦେଖାଯାଉଛି । ତେବେ ପ୍ରାର୍ଥୀ କେତେବର୍ଷ ହେଲା ଦଳରେ ରହି ନିଷ୍ଠାର ସହିତ କାମ କରିଛନ୍ତି। ସେହିୱ ୲ର୍ଡ ପାଇଁ କଣ ସବୁ କରିଛନ୍ତି । ସେହି ୱ।ର୍ଡର ଭୋଟର ମାନେ ତାଙ୍କୁ ଚାହୁଁଛନ୍ତି ନା ନାହିଁ,ସଂଗଠନ କିଭଳି ରହିଛି ପ୍ରାର୍ଥୀଙ୍କର । ଶିକ୍ଷାଗତ ଯୋଗ୍ୟତା, ଚରିତ୍ର, ବ୍ୟକ୍ତିତ୍ଵ, ଆଦି ଅନେକ ତଥ୍ୟ ସହ ଆବେଦନ କରିବେ । ପରେ ଦଳ ପକ୍ଷରୁ କମିଟି ଗଠନ ହୋଇ ସତ୍ୟାସତ୍ୟତଦନ୍ତ କରାଯାଇ ଯାଞ୍ଚ କରାଯିବା ଆବେଦନକାରୀଙ୍କ ଯାଞ୍ଚ କରି ଏଠାରୁ ପ୍ରତି ୱ।ର୍ଡରୁ୨ ଜଣଙ୍କ ନାମ ରାଜ୍ୟସ୍ତରକୁ ପଠାଯିବ ବୋଲି ଜଣା ପଡିଛି ।
ସେହିପରି ଜିଉଦୟଗିରି ଓ ବାଲିଗୁଡ଼ । ଏନଏସି ପାଇଁ ମଧ୍ୟ ଆବେଦନ କରିବାଲାଗି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାର
୩ଟି ଯାକଅଧ୍ୟକ୍ଷ ପଦବୀ ପାଇଁ ମଧ୍ୟ ଦରଖାସ୍ତ ଆବେଦନ କରିବା ଲାଗି କୁହାଯାଇଛି।
ସେହିପରି ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ପୌର ନିର୍ବାଚନ ପାଇଁ ତତ୍ପରତା ଦେଖିବାକୁ ମିଳିଛି । ଏ ଦୁଇ ଦଳ ପକ୍ଷରୁ ମଧ୍ୟ ଶିକ୍ଷିତ ଯୋଗ୍ୟ,ସଚୋଟ, କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା ଥିବା ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଛି । ତେବେ ପୌର ନିର୍ବାଚନ ପାଇଁ ଶାସକ ବିଜେଡି ବେଶ ଆଗୁଆ ଥିବା ଜଣା ପଡିଛି । ଶାସକ ବିଜେଡି ହାତରେ ଥିବାଏହି ୩ଟି ଯାକପୌରପରିଷଦ ପୁନର୍ବାର
ଯେପରି ଦଖଲ କରିବ ସେ ଚିନ୍ତାରେ ରହିଛି ବିଜେଡି,। ସେଥିପାଇଁ ରଣକୌଶଳ ଆରମ୍ଭ ହୋଇଥିବା ଜିଲ।ବିଜେଡି ସଭାପତି କର୍ଣ୍ଣକହିଛନ୍ତି ।
ଏପଟେ ଜିଲ୍ଲା ପ୍ରଭାରୀ ଦାୟୀତ୍ଵରେ ଅଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
ଫଳରେ ଜିଲ୍ଲାର ୩ଟି ଯାକ ପୌର ନିର୍ବାଚନ ତାଙ୍କ ପାଇଁ ସମ୍ମାନ୍ନର ପ୍ରଶ୍ନ।ଏଣୁ କିଏ ପରିଷଦ ଦଖଲ କରିବ ତାହା ଆଗକୁ ଜଣା ପଡିବ।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories