ଆସନ୍ତା ୨୭ ରେ ପୋଲିଓ ବୁନ୍ଦା ୮୫, ୫୧୧ ଜଣ ଶିଶୁ ଙ୍କୁ ଦିଆଯିବ

Udaya_Labanya | February 25, 2022 | 176 views |0 | Breaking News


ଫୁଲବାଣୀ(ସୁନିଲ ପଟନାୟକ )
ଭାରତଏକ ପୋଲିଓ ମୁକ୍ତ ଦେଶ ହେଇ ଥିଲେ ବି ଏହା ପୁଣି ବ୍ୟାପିବାର ସମ୍ଭାବନାକୁଏଡାଇଦିଆଯାଇନପାରେ। ଏହି ପରିପ୍ରେକ୍ଷୀରେ ସାରା ଦେଶ ତଥା ଆମ କନ୍ଧମାଳ ଜିଲ୍ଳା ରେ ବି ଆସନ୍ତା ୨୭ ତାରିଖ ରବିବାର ଦିନ ଜାତୀୟ ପୋଲିଓ ଦିବସ ପାଳନ ହେବ। ଗତ କାଲି ଶୁକ୍ରବାର ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଏକ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହେଇଥିଲା । ଜିଲ୍ଳା ରେ ମୋଟ ୮୫,୫୧୧ ଜଣ ୦-୫ ବର୍ଷ ଶିଶୁ ଙ୍କୁ ଦୁଇ ବୁନ୍ଦା ପୋଲିଓ ଟିକା ଖୁଏଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ,ଏଥି ପାଇଁ ସାରା ଜିଲ୍ଲା ରେ ୩୫୪ ଟି ବୁଥ ର ବ୍ୟବସ୍ଥା କରା ଯାଇଛି। ଏତଦ୍ ବ୍ୟତୀତ, ୩୪ ଟି ଭ୍ରାମ୍ୟମାଣ ଟିମ୍, ବିଭିନ୍ନ ମେଳା, ହାଟ, ବସ ଷ୍ଟାଣ୍ଡ ଇତ୍ୟାଦି ରେ ମୁତୟନ ହେବେ ତଥା ୨୩ ଟି ଭ୍ରାମ୍ୟମାଣ ଯାନ ବିଭିନ୍ନ ଅପହଞ୍ଚ ଅଞ୍ଚଳରେ ଏହି ଟୀକାଦାନ କାର୍ଯ୍ୟ କରିବେ।
ସେହିପରି ଆଗାମୀ ଦୁଇ ଦିନ ଯଥା ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖ ଦିନ ଘରକୁ ଘର ବୁଲି ତଦାରଖ କରାଯୀବ ଓ ବାକି ରହିଯାଇଥିବା ଶିଶୁ ଙ୍କୁ ଟୀକା ଦିଆହେବ। ଏଥିପାଇଁ ୧୪୧୬ ଜଣ କର୍ମୀ ଙ୍କୁ ନିଯୁକ୍ତ କରାଯାଇଛି।
ଏଣୁ ନିଜ ସନ୍ତାନ ର ସୁରକ୍ଷା ପାଇଁ ସମସ୍ତ ୦-୫ ବର୍ଷ ଶିଶୁ ଙ୍କୁ ଏହି ରବିବାର ଦିନ ନିକଟସ୍ଥ ଟୀକା କରଣ କେନ୍ଦ୍ର ରେ ପୋଲିଓ ନିଶ୍ଚୟ ଖୁଆଇବା ପାଇଁ
ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ, କନ୍ଧମାଳପକ୍ଷରୁ ପରାମର୍ଶ ଦିଆଯାଇଛି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories