“ଦାଦାଗିରି” ରେ ଅନୁଭବ ଙ୍କ ସହ “ଦିବ୍ୟଦୃଷ୍ଟି” ର କଳାକାର

Udaya_Labanya | February 25, 2022 | 135 views |0 | Breaking News

ଭୁବନେଶ୍ୱର(ଉଲାପ୍ର):ଏବେ ଓଡ଼ିଶାରେ ଜୀ-ସାର୍ଥକ ଚ୍ୟାନେଲ୍‌ରେ ଚାଲିଥିବା ‘ଦାଦାଗିରି’ ସୋ’କୁ ଦେଖିବାପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି। ଏଥର ଦାଦାଗିରି ରେ “ଦିବ୍ୟଦୃଷ୍ଟି” ମେଗା ଧାରାବାହିକ ର ମୁଖ୍ୟ କଳାକାର ଦିବ୍ୟ, ଦୃଷ୍ଟି, ଜସ୍ମୀନ୍ ଓ ସୁନନ୍ଦା ପ୍ରମୁଖ ଭାଗନେଇ ନାଚ ଗୀତ ସହ ଅନେକ ମଉଜ ମସ୍ତି ଦେଖି ବାକୁ ଦର୍ଶକମାନେ ଦେଖିପାରିବେ।
ପ୍ରଥମେ ମେଗାଷ୍ଟାର ଅନୁଭବଙ୍କୁ ନେଇ ମେଗା ରିଆଲିଟି ସୋ’ ‘ଦାଦାଗିରି’ର ପରିକଳ୍ପନା କରିଥିଲା ଚ୍ୟାନେଲ୍ ଜୀ-ସାର୍ଥକ। କିଛିଦିନ ତଳେ ଦର୍ଶକ ଜୀ-ସାର୍ଥକ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଲୋକପ୍ରିୟ ଧାରାବାହିକ,”ଝିଲି” ‘ବିଜୟୀନି’ ,”ତୋ ପାଇଁ ମୁଁ ମୋ ପାଇଁ ତୁ”ର ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଏହି ସୋ’ର ଏକ ବିଶେଷ ଅଧ୍ୟାୟ ଦେଖିଥିଲେ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର,ଦିପ୍ତୀରେଖା,ଅସୀମା ପଣ୍ଡା,ପ୍ରଜ୍ଞା ଙ୍କୁ ନେଇ ବିଶେଷ ଅଧ୍ୟାୟ ହୋଇ ବେଶ୍ ଜନାଦୃତ ହୋଇସାରିଛି।
ଏଥି ପୂର୍ବରୁ ବିଗତ ଅଧ୍ୟାୟ ରେ ବିଜୟିନୀ ର ଅଭିନେତ୍ରୀ ଦୀପିକା ତ୍ରିପାଠୀ,ଅଭିନେତା ବିଶ୍ବଭୂଷଣ, ସାଗର ଓ ବାଦଲ ମଧ୍ୟ ଯୋଗଦେଇ ଅନୁଭବଙ୍କ ସହ ମଜାମସ୍ତି କରିଥିଲେ। ଅନୁଭବଙ୍କ ଏହି ରିଆଲିଟି ସୋ’ ସଂଚାଳନା ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଅନେକ ସୁପର୍‌ହିଟ୍‌ ଚଳଚ୍ଚିତ୍ର ଦେଇ ଓଡ଼ିଆ ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଭବ ‘ଦାଦାଗିରି’ ସୋ’ ମାଧ୍ୟମରେ ଘରେ ଘରେ ସବୁବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନ ଦେଇ ଚାଲିଛନ୍ତି। ୩୦ଟି ଜିଲ୍ଲାରୁ ୩୦ ଜଣ ପ୍ରତିଯୋଗୀଙ୍କୁ ନେଇ ‘ଦାଦାଗିରି’ର ଏପିସୋଡ୍ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଯୋଗ ଦେଉଥିବା ପ୍ରଖ୍ୟାତ ସେଲିବ୍ରିଟିମାନେ ହିଁ ‘ଦାଦାଗିରି’ ର ଦର୍ଶକାଦୃତି ବୃଦ୍ଧି ପାଇବାର ମୁଖ୍ୟ ଭୂମିକା ନେଉଛନ୍ତି । “ଦିବ୍ୟଦୃଷ୍ଟି” ର କଳାକାରମାନଙ୍କୁ ନେଇ ପ୍ରସ୍ତୁତ ବିଶେଷ ଅଧ୍ୟାୟ ଆସନ୍ତା ରବିବାର ଫେବୃଆରୀ ୨୭ ରାତି ୯ଟା ରେ ପ୍ରସାରିତ ହେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories