ୟୁ କ୍ରେନ୍ ରେ ଫ ସି ଛନ୍ତି ଫୁଲବାଣୀ ଛାତ୍ର, ପରିବାର ଚିନ୍ତାରେ

Udaya_Labanya | February 25, 2022 | 275 views |0 | Breaking News


ଫୁଲବାଣୀ (ସୁନିଲ ପଟନାୟକ )
ଗତ ଦୁଇ ଦିନ ହେଲା ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧଲାଗିରହିଛି l ବୋମା ମାଡ ରେ ୟୁ କ୍ରେନ ର ସେନା ଘାଟି, ସାମରିକ ସ୍ଥଳ ଆଦି ଧ୍ବଂସ ହେଵା ସହ ଶତାଧିକ ଲୋକ ପ୍ରାଣ ହରାଇଲେଣି l ଏପଟେ ଉଚ୍ଚଶୀକ୍ଷl ପାଇଁ ଓ ଚାକିରୀ କରୁଥିବା ୟୁକ୍ରେନର ବିଭିନ୍ନ ସହରେ ଅନେକ ଓଡିଆ ଛାତ୍ରଛାତ୍ରୀ ଫଶି ରହିଛନ୍ତି । ଏପରି ସ୍ଥଳେ କନ୍ଧମାଳ ଜିଲା ଫୁଲବାଣୀସହର ର ବ୍ରାହ୍ମଣ ସାହି ରେ ରହୁଥିବା କୁମୁଦ ଚନ୍ଦ୍ର ମଲ୍ଲିକ ଓ ଦ୍ରୌପଦି କହଁର ଙ୍କ ପୁଅ ଜଗଦୀପ୍ ମଲ୍ଲିକ ଜଣେ ଡାକ୍ତରୀ ପଢ଼ୁଆ ଛାତ୍ର l
ୟୁକ୍ରେନର ସହର ଡିମ୍ପପ୍ରୋ ରେ ଫସି ରହି ଛନ୍ତି ସେ । 26 ବର୍ଷୀୟ ଜଗଦୀପ୍ ମଲ୍ଲିକ ଡିମ୍ପପ୍ରୋ ପେଟ୍ରୋ ଭୋକ୍ସ ଷ୍ଟେଟ ମେଡିକାଲ କଲେଜ ର ଚତୁର୍ଥ ବର୍ଷ ଅଧୟନ କରୁଛନ୍ତି । ଗତ କାଲିଠାରୁ ବୋମା ବର୍ଷଣର ଶବ୍ଦ ଶୁଭୁଥିବାରୁ ଭୟ ଓ ଆଶଙ୍କାରେ ରହିଛନ୍ତିସେ । ଏପଟେ ବାପା ମାଙ୍କ ଗୋଟିଏ ପୁଅ ଜଗଦୀପ l ପରିବାର ର ଚିନ୍ତା କିପରି ସୁରକ୍ଷିତ ଭବରେ ପୁଅ ପହଁଞ୍ଚିବ । ଜଗଦୀପ୍ ଚାରି ବର୍ଷ ହେଲା ସେଠାରେ ରହି ଡାକ୍ତରୀପାଠ ପଢୁଛନ୍ତି l ତେବେ ପରିସ୍ଥିତିକୁ ଦେଖି ନିକଟସ୍ଥ ଦୋକାନରୁ ସାଙ୍ଗ ମାନଙ୍କ ସହ କିଛି ଦିନର ସୌଦା କିଣି ଆଣିଛନ୍ତି l ତେବେ ପୁଅ ଭଲରେ ଅଛି ବୋଲି ପୁଅଜଗଦୀପ ବାପା ମା ଙ୍କୁ ଭିଡିଓ କଲ୍ ଯୋଗେ କହିଛନ୍ତି । ଜଗଦୀପ୍ ଓ ସାଙ୍ଗ ମାନଙ୍କ ଭିତରେ ଏକ ଭୟର ବାତାବରଣ ଖେଳି ଯାଇଛି ବୋଲି ବାପା କହିଛନ୍ତି । ସୁରକ୍ଷିତ ଭାବେ ଜଗଦୀପ୍ ସହ ସମସ୍ତ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଜଗଦୀପ୍ ଙ୍କ ବାପା

ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ, କୁମୁଦ ଚନ୍ଦ୍ର ମଲ୍ଲିକ ଓ ମା କ. ନୂଆଗାଁ ସି. ଡି ପି. ଓ ଦ୍ରୌପଦୀ କହଁର ନିବେଦନ କରିଛନ୍ତି ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories