ନୂଆ ଚଳଚ୍ଚିତ୍ର ‘କିସ୍‌ମିସ୍‌’

Udaya_Labanya | February 28, 2022 | 178 views |0 | Breaking News

ଭୁବନେଶ୍ବର:(ଉଲାପ୍ର) ନାୟକ ସ୍ଵରାଜ-ନାୟିକା ଶିବାନୀଙ୍କୁ ଝିଲିକ୍ ମୋସନ ପିକ୍ଚର୍ସର ନୂଆ ଚିତ୍ର ‘କିସ୍‌ମିସ୍‌’ରେ ଏକ ଭିନ୍ନ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ସୁଶାନ୍ତ ମଣିଙ୍କ ନିର୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଚିତ୍ରର ସଂଳାପ ରଚନାରେ ସଞ୍ଜୀବ ରଥ ଓ ସ୍ୱର ସଂଯୋଜନାରେ ଅଛନ୍ତି ଅଭିଜିତ

ମଜୁମଦାର। ନାୟିକାରୁ ପ୍ରଯୋଜିକା ସାଜିଥିବା ଝିଲିକ୍‌ଙ୍କ ଏହା ଦ୍ଵିତୀୟ ଚିତ୍ର । ଏହା ପୂର୍ବରୁ ‘ରୁଦ୍ରାଣୀ’ ଶୀର୍ଷକରେ ସେ ଏକ ଚିତ୍ର ପ୍ରଯୋଜନା ସହ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଚିତ୍ର ମୁକ୍ତିଲାଭ ଅପେକ୍ଷାରେ ଥିବାବେଳେ ଏବେ ପୁଣି ଦ୍ଵିତୀୟ ଚିତ୍ରକୁ ନେଇ ଖୁବ୍‌ ଆଶାବାଦୀ ଅଛନ୍ତି ଝିଲିକ୍ ଓ ଟିମ୍‌ର ପୂରା ସଦସ୍ୟ । ନୂଆ ଚିତ୍ରଟି ଦର୍ଶକଙ୍କୁ ପୂର୍ଣ୍ଣ ମନୋରଞ୍ଜନ ଦେବ ବୋଲି କ୍ରିଏଟିଭ ମୁଖ୍ୟ ପ୍ରଣୟ ଜେଠୀ ଓ ଅମୃତ ନନ୍ଦ କହିଛନ୍ତି। ଏହାର କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅରୁଣ ସ୍ୱାଇଁ ଓ ଋତୁରାଜ ଖଟୁଆ।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories