ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ୍ ଏକାଡେମୀ ର ପ୍ରତିଷ୍ଠାତା ସମ୍ମାନିତ

Udaya_Labanya | February 28, 2022 | 162 views |0 | Breaking News

ଫୁଲବାଣୀ (ସୁନୀଲ ପଟନାୟକ )
କ୍ରୀଡ଼ା କ୍ଷେତ୍ର ରେ ଜିଲାରେ ସୁନାମ ଆଣିବା ଓ ନୂତନ ଖେଳାଳି ସୃଷ୍ଟି କରିବା ରେ କ୍ରୀଡ଼ାବିତ ତଥା ସମାଜସେବୀ ମହମଦ ଜ଼ିଆ ଉଦ୍ଦିନ ଙ୍କୁ ଶ୍ରେଷ୍ଠ କ୍ରୀଡ଼ା ସଂଗଠକ ଭାବେଭୁବେନଶ୍ୱର ସିଟି କ୍ଲବ ପକ୍ଷରୁ ପୁରସ୍କୃତ କରାଯାଇଛି l

କନ୍ଧ ମାଳ ଜିଲା ର ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନ୍, ଏବଂ ସିଟି କ୍ଲବ, ଭୂବନେଶ୍ଵର ର ମିଳିତ ଉଦ୍ୟମରେ ସୟଦ୍ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ୫ମ ନରେନ୍ଦ୍ର ମେମୋରିଆଲ ଆନ୍ତଃଜିଲ୍ଲା ପୁରୁଷ ଏବଂ ମହିଳା ଫୁଟବଲ ଟେନିସ୍ ପ୍ରତିଯୋଗିତା ୨୬ ଏବଂ ୨୭ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ସମାଜ ସେବୀ ତଥା ପୂର୍ବତନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ହକି ଏବଂ ଓଡ଼ିଶା ସ୍କୂଲ , ୟୁନିୟନର ଓଡ଼ିଶା ଖେଳାଳୀ,ତଥା କନ୍ଧମାଳ ଜିଲ୍ଲା ରେ ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ କ୍ରୀଡା ଜଗତ ରେ ଏକ ସ୍ୱାଭିମାନୀ କ୍ରୀଡାବିତ୍ ସୃଷ୍ଟି କରିବା ଏବଂ ଜିଲ୍ଲା ରେ କ୍ରୀଡା ର ବାତାବରଣ ସୃଷ୍ଟି କରିବା ର ଲକ୍ଷ୍ୟ ରଖି ” ଭିଜନ କନ୍ଧମାଳ ୨୦୩୬ : ସ୍ପୋଟି ୟୁଥ୍ – ସ୍ପୋଟି କମ୍ୟ୍ଯୁନିଟି : ସ୍ପୋଟି ନେଶନ୍” ଭଳି ଏକ ରୁପରେଖ ପ୍ରସ୍ତୁତ କରି ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ୍ ଏକାଡେମୀ ୨୦୦୫ ରେ ସ୍ଥାପନା କରି ଦକ୍ଷ ପ୍ରଶିକ୍ଷକଓ ପ୍ରଶିକ୍ଷକିକା ମାନଙ୍କୁ ନିଯୁକ୍ତି ଦେଇ କୋମଳ ମତି ବାଳକ ବାଳିକା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ସେମାନଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଭାଗନେବା ର ସୁଯୋଗ ପ୍ରଦାନ କରି
ଚୟନର୍କତ୍ତା‌ ମାନଙ୍କ ଦୃଷ୍ଟି ଆକର୍ଷଣ କରାଇ କ୍ରୀଡା ମାନଚିତ୍ର ରେ ନିଜର ଏକ ସ୍ୱତନ୍ତ୍ର ପେଷାଦାର କ୍ରୀଡାବିତ୍ ର ପରିଚୟ ସୃଷ୍ଟି କରିବା , ଅଧିକରୁ ଅଧିକ ଅପହଞ୍ଚ ଇଲାକା ର ତୃଣମୂଳ ସ୍ତରରେ ଥିବା ପ୍ରତିଭା ମାନଙ୍କୁ ସୁଯୋଗ ପ୍ରଦାନ ପାଇଁ ପଞ୍ଚାୟତ ସ୍ତରରେ ଆନ୍ତର୍ଜାତିକ ସୁନାମ ଧନ୍ୟ କ୍ରୀଡାବିତ୍ ମାନଙ୍କ ନାମରେ ସ୍ପୋର୍ଟସ ସ୍କୁଲ ମାନ ସ୍ଥାପନା କରି ସେମାନଙ୍କ ର ହାତପାନ୍ତାରେ ସୁଯୋଗ ଦେବାର ଏକ ଅଭିନବ କାର୍ଯ୍ୟ କ୍ରମ ର ପ୍ରଚେଷ୍ଟl ଏବଂ ଜିଲ୍ଲା ରେ ରଗବୀ, ଫୁଟବଲ, କବାଡି, ସାଇକେଲିଗଂ, ଏଥଲେଟିକ , ଫୁଟ ଭଲି , ଫୁଟବଲ
ଟେନିସ୍ ,ଭଲିବଲ ଖେଳ ଗୁଡ଼ିକୁ ପ୍ରଛାହନ କୈାଣସି ସରକାରୀ ସାହାଯ୍ୟ ସହଯୋଗରେ ନିଜସ୍ବ ପ୍ରୟାସରେ ଜାରି ରହିଛି ଏଥିପାଇଁ କୈାଣସି ସରକାରୀ କିମ୍ବା ବେସରକାରୀ କିମ୍ବା ‌ଜିଲ୍ଲା ପ୍ରଶାସନ ର ସହଯୋଗ ବର୍ତ୍ତମାନ ସୁଦ୍ଧା ସହାୟତା ମିଳିନଥିଲେ ବି ସେ ନିରବିଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories