#Breaking News

ବିରୋଧ ସତ୍ବେ ଅନୀମାଙ୍କ ବିଜୟୀ ,ଅଧ୍ୟକ୍ଷା ହେବେ


ଫୁଲବାଣୀ-୨/୩ କିଛି ଦଳୀୟ ନେତା ଓ କର୍ମୀଙ୍କ ବିରୋଧ ସତ୍ଵେ ନିଜର ନିର୍ମଳ ଭାବମୂର୍ତ୍ତୀ, କାର୍ଯ୍ୟଦକ୍ଷତା,ସଚୋଟତା, ଓ ବିଶେଷକରି ଜନସଂପର୍କ ପୂର୍ବତନ ବ୍ଲକ ଅଧ୍ୟକ୍ଷା
ସୁଶ୍ରୀଅନୀମାକହଁରଙ୍କ ବିଜୟ ରପଥ ବହୁପୂର୍ବରୁପରିଷ୍କାର ହୋଇଯାଇଥିଲା। ଆଉ ଅନୀମା ତାଙ୍କ ନିକଟତମ ପ୍ରତି ଦ୍ୱନ୍ଦୀ ଶାନ୍ତିଲତା ମଲିକଙ୍କୁ ୫ ୮୩ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି।
ଅନୀମା ୨୨୫୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଶାନ୍ତିଲତା ୧୬୭୧ ଭୋଟ ପାଇଥିଲେ ।ଅନୀମାଙ୍କ ରଣକୌଶଳ ଆଗରେ ବିରୋଧ କରୁଥିବା ନେତା ଓ କର୍ମୀଙ୍କ ଫିକା ପଡ଼ିଯାଇଥିଲା
ଅନୀମା ଗତ ୨୦୧୨ ରୁ ୨୦ ୧୭ ଯାଏ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା ରହି ବହୁ ଉନ୍ନୟନମୂଳକ କାର୍ଯ୍ୟକରିଥିଲେ । ବର୍ତ୍ତମାନ ପୁଣି ଥରେ ଅନୀମାଙ୍କ ଅଧ୍ୟକ୍ଷା ହେବା ପାଇଁ ବାଟ ଫିଟିଯାଇଛି । ବହୁ ସମିତି ସଭ୍ୟ ସଭ୍ୟା ଅନୀମାଙ୍କୁ ସିଧାସଳଖ ସମର୍ଥନ କରୁଛନ୍ତି ।ଅନୀମା ପୂର୍ବରୁ ବିଜୁମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଓ ରାଜ୍ୟ ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ରହି ସଂଗଠନକୁ ସୁଦୃଢ କରିଥିଲେ ।ଅନୀମାଙ୍କ ଭାଇ ଦେବେନ୍ଦ୍ର କହଁର ପୂର୍ବତନ ବିଧାୟକ ଥିବାବେଳେ ଅନ୍ୟଜଣେ ରାଜେନ୍ଦ୍ର କହଁର ପୌରାଧ୍ୟକ୍ଷ ଥିଲେ ।

Leave a comment

Your email address will not be published. Required fields are marked *