ସିଆରପିଏଫ୍ ପକ୍ଷରୁ ସଚେତନତା ଶିବୀର
ଫୁଲ ବାଣୀ(ସୁନୀଲପଟନାୟକ)
ଶୁକ୍ରବାର ସିଆର ପିଏଫ ୧୨ବାଟାଲିୟନ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସାଡିଙ୍ଗିଆ ଠାରେ ଏକ ଜନସଚେତନା ଶିବିର ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ କିଶୋର କୁମାର, ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସହକାରୀ କମାଣ୍ଡାଣ୍ଟ ରବିକିରଣ, ଫିରିଙ୍ଗିଆ ଷ୍ଟେଟ ବ୍ୟଙ୍କ ମେନେଜର ନିର୍ମଳ ନାୟକ, ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ
ପୋଲିସ ଓ ସୁରକ୍ଷାକର୍ମୀମାନେ ଜନସାଧାରଣଙ୍କ ଉତ୍ତମ ବନ୍ଧୁ’।ଜନସାଧାରଣଙ୍କ ଧନ, ଜୀବନର ସୁରକ୍ଷା ପାଇଁ ସେମାନେ ସଦା ଜାଗ୍ରତ । ଏଣୁ ଭୟ ନ କରି ସେମାନଙ୍କୁ ସହଯୋଗ କରିବା ସହ ସୁସଂପର୍କ ରଖିବା ପାଇଁ ଅନୁରୋଧ କରିଥିଲେ ।ଏହି ଅବସରରେ ସାଡିଙ୍ଗିଆ ପଞ୍ଚାୟତର କଟା ପଙ୍ଗା, ଲେଣ୍ଡିର ଗାଁ,କିଆମୁଣ୍ଡା,ଲଦାପଦର ଆଦି ଗ୍ରାମର ଲୋକମାନଙ୍କୁ ସିଆରପିଏଫ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ, ବାଲଟି, ଓ ଅନ୍ୟାନ୍ୟ ଜିନିଷ ପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମର ପାଖାପାଖି ଏକ ହଜାର ଜନସାଧାରଣ ଯୋଗଦେଇ ଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































