#Breaking News

ଜାତୀୟ ସ୍ତରର ଏକ ଆଦର୍ଶ ପ୍ରତିଭା ବିଭାଗରେ ଉଚ୍ଚ ପ୍ରଶଂସିତ ହେଲେ ଓଡ଼ିଆ ଝିଅ ରାମେଶ୍ୱରୀ ନନ୍ଦ

ଭୁବନେଶ୍ବର:(ଉଲାପ୍ର):ଆମ ଓଡ଼ିଶାର ଭାଷାଭାଷା ମାଟି ପାଣି ପବନ ସଂସ୍କାର ତଥା ଏହାର କଳା ସଂସ୍କୃତି କେତେ ମହାନ। ଓଡ଼ିଆଙ୍କର ସ୍ୱତନ୍ତ୍ର ଚାଲି ଚଳଣୀ ତା ସହ ପ୍ରତିନିତ୍ୟ ଆଚରଣ ଉଚ୍ଚାରଣ ସହ ଆତିଥ୍ୟ ଆଜି ସର୍ଵଜନ ବିଦିତ। ତେବେ ଓଡିଶାକୁ ସାରା ଦେଶରେ ତଥା ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିବା ପାଇଁ ବହୁବାର ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିବାର ଏକ ଅନନ୍ୟ ଉପଲବ୍ଧି ଅଧିକାରିଣୀ ହୋଇପାରିଛନ୍ତି ରାମେଶ୍ୱରୀ ନନ୍ଦ। ତେବେ 2020 ମସିହାରେ ମୁମ୍ବାଇ ଗ୍ଲାବାଲ ଇଣ୍ଡିଆ ପାଇଁ ଓଡ଼ିଶାକୁ ପ୍ରତିନିଧିତ୍ଵ କରି ବ୍ରାଣ୍ଡ ଅମ୍ବାଶୋଡ଼ର ତା ସହ ମହାତ୍ମା ଗାନ୍ଧୀ ଶାନ୍ତି ପୁରସ୍କାର ତାହା 2021 ମସିହାର ଓଡିଶା ଏପିଟମ ଆୱାର୍ଡକୁ ବ୍ରହ୍ମପୁର ଗୋପଲପୁରରେ ଆୟୋଜନ କରି ଅନେକ ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ଦିଗରେ ଏକ ସ୍ୱତନ୍ତ୍ରତା ହାସଲ କରି ପାରିଛି କଳାଞ୍ଜଳୀ ଅନୁଷ୍ଠାନ। ଏହା ସହ କୋଭିଡର ଦ୍ଵିତୀୟ ଲହରୀ କାଳରେ ହଜାର ହଜାର ଲୋକଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରି ସେ ସମାଜ ସେବା ସହ ଏକ ସୁନ୍ଦର ହୃଦୟାବନ ନାରୀ ଭାବରେ ସାରା ଓଡ଼ିଶାରେ ଆଜି ଏକ ନୁଆଁ ପରିଚୟର ଅଧିକାରୀଣି ହୋଇପାରିଛନ୍ତି ରାମେଶ୍ୱରୀ ନନ୍ଦ। ତେବେ ଚଳିତ ବର୍ଷ ଜି-ଟାଉନ ନାମକ ଏକ ଜାତୀୟ ପତ୍ରିକାରେ ସଦ୍ୟ ପ୍ରକାଶିତ ସଂସ୍କରଣରେ ଜାତୀୟ ସ୍ତରରେ ଓଡ଼ିଶାରୁ ଏକ ମାତ୍ର ଝିଅ ଭାବରେ ପ୍ରତିନିଧିତ୍ଵ କରିବା ସହ ଆଗାମୀ ଦିନ ମାନଙ୍କରେ ଏହାର କଭର ପେଜରେ ସ୍ଥାନିତ ହେବାକୁ ଯାଉଛି ଓଡ଼ିଆ ଝିଅ ବ୍ରହ୍ମପୁର ସହର ବହୁ ରାମେଶ୍ୱରୀ। କେବଳ ଏତିକି ନୁହେଁ ଦେଶର ରାଜଧାନୀରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସେବା ଅନୁଷ୍ଠାନ ତରଫରୁ ଏସିଆ ପେଷିଫିକ ଆୱାର୍ଡ ବିଶିଷ୍ଠ ଅଭିନେତ୍ରୀ ଅମିଶା ପଟେଲଙ୍କର କରକମଳରୁ ଗ୍ରହଣ କରି ଏକ ପୁନଃ ବ୍ରହ୍ମପୁର ମାଟି ପାଇଁ ଏକ ଅନନ୍ୟ ଉପଲବ୍ଧିକୁ ଆଣିଦେଇ ପାରିଛନ୍ତି ଶ୍ରୀମତୀ ନନ୍ଦ। ଏହା ସହ ଚଳିତ ବର୍ଷ ସେ ଏବଂ ତାଙ୍କର ଅନୁଷ୍ଠାନ କଳାଞ୍ଜଳୀ ଆର୍ଟିଷ୍ଟ୍ରି ଟ୍ରଷ୍ଟ ତରଫରୁ ଏକ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗୀତା ସହ ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ନିଜର ଅବଦାନ ପାଇଁ ପୁନଃ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ବିଶ୍ଵଦରବାରେ ଓଡ଼ିଆଙ୍କୁ ପ୍ରତିନିଧିତ୍ଵ କରିବାର ଏକ ସୁଯୋଗ ବୋଲି କହିଛନ୍ତି ରାମେଶ୍ୱରୀ। ତେବେ ଆଜି ତାଙ୍କର ସଫଳତା ପାଇଁ ତାଙ୍କର ସ୍ୱାମୀ ଅର୍ଧେନ୍ଦୁ ଶେଖର ପଣିଗ୍ରାହୀ ସମେତ ତାଙ୍କର ପରିବାର ବନ୍ଧୁ ତଥା ସହକର୍ମୀଙ୍କର ଅଶୀର୍ଵାଦ ଏବଂ ପ୍ରେରଣା ପାଇଁ ଆଜି ଏ ସବୁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଶ୍ରୀମତୀ ନନ୍ଦ।ଏହି ଅବସରରେ ସିନେ ନିର୍ଦ୍ଦେଶକ ଓ ଓଡ଼ିଶା ବରିଷ୍ଠ ପ୍ରଶାସନିକ ଅଧିକାରୀ ଡଃ ଶ୍ବେତ କୁମାର ଦାସ,କଳାଞ୍ଜଳୀ ଆର୍ଟିଷ୍ଟ ର ପ୍ରତିଷ୍ଠାତ୍ରୀ ରାମେଶ୍ବରୀ ନନ୍ଦ, ଜାତୀୟ ଫ୍ୟାସନ କୋରିଓଗ୍ରାଫର ମନପ୍ରୀତ କୈ।ର,ମିସେସ୍ ଓଡ଼ିଶାର ବିଜେତା ଶିଖା ଗାୟତ୍ରୀ, ସନ୍ୟା ଗାହିର,ପ୍ରଲୁବ୍ଧା ଦାସ, ରଶ୍ମିତା ଧନ୍ୟବାଦ, ମିସେସ ଓଡ଼ିଶାର ୨ୟ ରନର୍ସ ଅପ୍ ଲୀନା ସ୍ବାଇଁ ସମେତ ଜାତୀୟ ସ୍ତରରେ ପ୍ରଶଂସିତ ମେକଅପ୍ ଆର୍ଟିଷ୍ଟ ବିଜୟ ଲକ୍ଷ୍ମୀ ଦାସ,ବିଷ୍ନୁପ୍ରିୟା ନନ୍ଦ,ଶୁଭ ଲକ୍ଷ୍ମୀ ପାଢ଼ୀ, ହରପ୍ରିୟା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *