#Breaking News

ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ବିଶ୍ୱ ମହିଳା ଦିବସ ପାଳିତ


ଆଠଗଡ(ଉଲାପ୍ର) ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି,ଏହି ଅବସରରେ ଆଠଗଡ ପ୍ରହରୀର ମୁଖ୍ୟ ସମ୍ପାଦିକା ତଥା ବରିଷ୍ଠ ମହିଳା କଂଗ୍ରେସ ନେତ୍ରୀ ନଳିନିପ୍ରଭା ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ମହିଳାମାନେ ହେଉଛନ୍ତି ରାଷ୍ଟ୍ରର ଜାଗ୍ରତ ପ୍ରହରୀ,ଆଜି ମହିଳାମାନେ ବିଶ୍ୱକୁ ଆଲୋକିତ କରୁଛନ୍ତି, ଏହି କାର୍ଯ୍ୟକ୍ରମ ରେ ଆଠଗଡ ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଲଷ୍ମୀପ୍ରିୟା ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବିଶ୍ୱ ମହିଳା ଦିବସ ଅବସରରେ ଆଠଗଡ ଏନଏସି ନଗରପାଳ ପ୍ରାର୍ଥୀନୀ ଅରୁପମା ଭକ୍ତା, ଆଠଗଡ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲଭ ରଥ ଯୋଗଦେଇ ବିଶ୍ୱ ମହିଳା ଦିବସ ଅବସରରେ ନିଜନିଜର ମତ ରଖିଥିଲେ,ଏହି ଅବସରରେ ଗୁରୁଡ଼ିଝାଟିଆ ଅଞ୍ଚଳର ବିଜେପି ମହିଳା ମଣ୍ଡଳ

ସଭାପତି ଝରଣା ପରିଡା କଂଗ୍ରେସ ଦଳର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ଯୋଗଦେଇଥିବାରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସଂମ୍ମାନୀତ କରାଯାଇଥିଲା।ସେହିପରି ବିଶ୍ୱ ମହିଳା ଦିବସ ଅବସରରେ ୧୬ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀନୀ ରୂପଶ୍ରୀ ଶ୍ୱେତ ପଦ୍ମା ମହାନ୍ତିଙ୍କୁ ମଧ୍ୟ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସଂମ୍ମାନୀତ କରାଯାଇ ଥିଲା,ଏହି ଅବସରରେ ସମସ୍ତ ମହିଳା କାଉନସିଲର ପ୍ରାର୍ଥୀନୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ, ଶେଷରେ ୧୧ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀନୀ ଝୁନୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦିବସ ରେ ନଗର କଂଗ୍ରେସ ସଭାପତି ସୋମନାଥ ଭକ୍ତା, ପାର୍ବତୀ ବେହେରା, ମାନସୀ ସାହୁ, ସୁରେଶ ପରିଡ଼ା, ତ୍ରିଲୋଚନ ବେହେରା,ଅଶୋକ ଦାଶ, ଅଶୋକ ପ୍ରଧାନ, କୃଷ୍ଣ ଚନ୍ଦ୍ର ଦଳେଇ, ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave a comment

Your email address will not be published. Required fields are marked *