
ଆଠଗଡ ରେ ବରିଷ୍ଠ ନାଗରିକଙ୍କ ଦଶମ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ, ଏକାଠି ହେଲେ ଦୁଇଶହ ନାଗରିକ
Udaya_Labanya | March 9, 2022 | 209 views |0 | Breaking News
ଆଠଗଡ(ଉଲାପ୍ର)ସମାଜରେ ବରିଷ୍ଠ ନାଗରିକ ମାନେ ସବୁ ସମୟରେ ଅବହେଳିତ, ବରିଷ୍ଠ ନାଗରିକଙ୍କୁ କିଏ ପଚାରୁ ବା ନ ପଚାରୁ ହେଲେ ଲଷ୍ମୀନାରାୟଣପୁର ଗ୍ରାମର ବିଜୟ କୁମାର ସାହୁ ଗତ ଦଶବର୍ଷ ଧରି ଗୋଟିଏ ସ୍ଥାନରେ ବରିଷ୍ଠ ନାଗରିକ ମାନଙ୍କୁ ଏକାଠି କରିବା ଭଳି ନିଆରା କାର୍ଯ୍ୟକ୍ରମ କରି ଦେଖାଇଛନ୍ତି।ଆଠଗଡ ନିକଟସ୍ଥ ଲଷ୍ମୀ ନାରାୟଣ ପୁର ଗ୍ରାମର ଆମ୍ବତୋଟା ରେ ଦଶମ ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି, ଏହି ବନ୍ଧୁ ମିଳନ ଉତ୍ସବରେ କଟକ,କେନ୍ଦ୍ରାପଡା, ଭୁବନେଶ୍ୱର, ଢେଙ୍କାନାଳ, ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁର, ବାଙ୍କି,ଯାଜପୁର ପ୍ରଭୁତି ସ୍ଥାନରୁ ବରିଷ୍ଠ ନାଗରିକ ମାନେ ଆସି ଏହି ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇଥିଲେ, ଏହି ବନ୍ଧୁ ମିଳନ ଉତ୍ସବରେ ବରିଷ୍ଠ ନାଗରିକ ଦର୍ପ ନାରାୟଣ ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ନିର୍ମଳ ଚନ୍ଦ୍ର ପଟ୍ଟନାୟକ, ପରମାନନ୍ଦ ସାମଲ,ଶିବପ୍ରସାଦ ପଣ୍ଡା,ଡ଼ଃ ନାରାୟଣ ପଣ୍ଡା,ଯତିରାଜ ମହାନ୍ତି, ଯୋଗେନ୍ଦ୍ର ସାହାଣୀ,ମାନଗୋବିନ୍ଦ ସ୍ୱାଇଁ,ଗନ୍ଧର୍ବ ବେଉରା,ଉଦୟନାଥ ଶତପଥୀ,ଯଦୁନାଥ ସାହୁ,ସନାତନ ସ୍ୱାଇଁ,ସନାତନ ରାୟ, ଯୁଧିଷ୍ଠିର ରାଉଳ,,ସୁନୀଲ ମହାନ୍ତି,ଅଶୋକ କୁମାର ଦାଶ, ଶୃତିଧର ରାଉତ,ପ୍ରମୋଦ ଜେନା,ହରିହର ସାହୁ ପ୍ରମୁଖ ଦୁଇଶହ ରୁ ଅଧିକ ବରିଷ୍ଠ ନାଗରିକ ଯୋଗଦେଇ ନିଜନିଜର ମତାମତ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଉଦୟ ଲାବଣ୍ୟ ସମ୍ପାଦକ ଲଲାଟେନ୍ଦୁ ସେନାପତି,ସଞ୍ଜୟ ରଥ,ଏକାଦସି ସେଠି,ଗୋପାଳ ପଟ୍ଟନାୟକ,