ଜୀ ସାର୍ଥକରେ ଆସୁଅଛି ଅନୁ ଚୌଧୁରୀଙ୍କ ମେଗା ଧାରାବାହିକ “ସର୍ବଜିତା ଅନୁ”

Udaya_Labanya | March 10, 2022 | 85 views |0 | Breaking News

ଭୁବନେଶ୍ବର:(ଉଲାପ୍ର):ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଏକ ଚିର ପରିଚିତ ନାମ ଅନୁ ଚୌଧୁରୀ । ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନରେ କରିବେ କମାଲ । ଦୀର୍ଘ ୨ ଦଶନ୍ଧି ଧରି ୬୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଅନୁ । ତାଙ୍କର ସୁନ୍ଦର ଅଭିନୟ ଓ ନୃତ୍ୟରେ ଜନତା ହୋଇଛନ୍ତି ମନ୍ତ୍ରମୁଗ୍ଧ । ସେ ଯେ କେବଳ ଓଲିଉଡରେ ଚର୍ଚ୍ଚିତା ତାହା ନୁହେଁ, ବେଙ୍ଗଲୀ , ତେଲଗୁ ଏବଂ ହିନ୍ଦୀ ଫିଲ୍ମସରେ ମଧ୍ଯ ଦର୍ଶକ ଦେଖିଛନ୍ତି ତାଙ୍କ ଅଭିନୟ । ଗ୍ଲାମର ଇଣ୍ଡଷ୍ଟ୍ରିରେ ବେଶ୍ ସୁନାମ ଅର୍ଜନ କରିଥିବା ଅନୁଙ୍କୁ ୨୦୦୫ ମସିହାରେ ଫିଲ୍ମ ଶାଶୂଘର ଚାଲିଯିବିରେ ଆକର୍ଷଣୀୟ ଅଭିନୟ ପାଇଁ ମିଳିଥିଲା ଓଡିଶା ରାଜ୍ୟ ଫିଲ୍ମ ପୁରସ୍କାର । ନାୟିକା ଅନୁ ପୁଣି ଆସୁଛନ୍ତି ଦର୍ଶକଙ୍କ ହୃଦୟରେ ଘର କରିବାପାଇଁ । ଜୀ ସାର୍ଥକର ମେଗା ଧାରାବାହିକ ସର୍ବଜିତା ଅନୁରେ ଲିଡ ରୋଲରେ ଆସୁଛନ୍ତି ଅନୁ ଚୌଧୁରୀ ।

ଜୀ ସାର୍ଥକ ସଦା ସର୍ବଦା ତାର ଦର୍ଶକ ମାନଙ୍କ ପାଇଁ ମନପସନ୍ଦର ଧାରାବାହିକ ନେଇ ଆସିଥାଏ । ଓଡିଆ କଳା, ସଂସ୍କୃତି ଓ ଚାଲିଚଳନକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି ଜୀ ସାର୍ଥକ । ଏହି ଧାରାରେ ସାମିଲ ହେବାକୁ ଯାଉଛି ମେଗା ଧାରାବାହିକ “ସର୍ବଜିତା ଅନୁ” ।

ଆଗରୁ “କେମିତି କହିବି କହ”ରେ ସୁପରଷ୍ଟାର ସିଦ୍ଧାନ୍ତ ଓ “ଦାଦାଗିରି”ରେ ଅନୁଭବଙ୍କ ଜଲୱା ପରେ ଏବେ “ସର୍ବଜିତା ଅନୁ”ରେ ଦର୍ଶକ ଦେଖିବେ ଏଭରଗ୍ରିନ୍ ନାୟିକା ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ । ଆସନ୍ତା ୧୪ ତାରିଖ ଠାରୁ ସନ୍ଧ୍ୟା ୮ ଟାରେ ଏହି ମେଗା ଧାରାବାହିକ ପ୍ରସାରଣ ଆରମ୍ଭ ହେବ । ଏହାକୁ ନେଇ ଦର୍ଶକଙ୍କ ଭିତରେ ରହିଛି ଅନେକ ଉତ୍କଣ୍ଠା ରହିଛି । ପୂର୍ବ ସିରିଏଲ୍ ପରି “ସର୍ବଜିତା ଅନୁ” ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ଆବଶ୍ୟକତାକୁ ପୁରଣ କରିବ ବୋଲି କହିଛନ୍ତି ଜୀ ସାର୍ଥକ ଚ୍ୟାନେଲ ମୁଖ୍ୟ ଶ୍ରୀ ଅର୍ଘ୍ୟ ରାୟ ଚୌଧୁରୀ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories