ଡାକ୍ତର ହେବ ତ ଏମିତି : ରକ୍ତ ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

Udaya_Labanya | March 11, 2022 | 42 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର ପାଇଁ ଖୋଜା ପଡ଼ିଲା ରକ୍ତ। ଏପଟେ ରକ୍ତ ଭଣ୍ଡାରରେ ଆବଶ୍ୟକ ପଡୁଥିବା ଗ୍ରୁପ୍‌ର ରକ୍ତ ମହଜୁଦ ନଥିଲା। ଡାକ୍ତରଙ୍କ କହିବା ମୁତାବକ ଏହି ଗରିବ ଓ ଅସହାୟ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଯୋଗାଡ଼ କରିବା ପାଇଁ ଉଦ୍ୟମ କରିବା ସତ୍ତ୍ବେ ବି ବିଫଳ ହେଲେ। ଶେଷରେ, ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ସୁନିଲ କୁମାର ବେହେରା ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି ସୂଚନା ଅନୁସାରେ, ତୁମୁଡ଼ିବନ୍ଧ ବ୍ଲକ୍‌ ସିର୍ଲା ପଂଚାୟତର ଜିସେୟ ପାଟମାଝୀଙ୍କ ପତ୍ନୀ ସସ୍ମିତା ମାଝୀ ପ୍ରସବ ପାଇଁ ବାଲିଗୁଡ଼ା ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଶରୀରରେ ରକ୍ତ କମ୍‌ ଯୋଗୁଁ ପ୍ରସୂତିଙ୍କ ଚିକିତ୍ସା ଓ ଅସ୍ତ୍ରୋପଚାରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ଚିକିତ୍ସା କରୁଥିବା ଡାକ୍ତର ବିଜୟ କୁମାର ସୁର ତୁରନ୍ତ ରକ୍ତ ଦେବାପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଗରିବ ଓ ଅସହାୟ ହୋଇଥିବାରୁ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଯୋଗାଡ଼ କରିପାରି ନଥିଲେ। ଏକଥା ଡାକ୍ତରଖାନାରେ ଉପସ୍ଥିତ ଅନ୍ୟତମ ଡାକ୍ତର ସୁନିଲ କୁମାର ବେହେରା ଶୁଣି ପହଞ୍ଚି ନିଜ ରକ୍ତ ଗ୍ରୁପ୍‌ ଆବଶ୍ୟକ ଥିବା ଜାଣି ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ। ରକ୍ତଦାନ କରିବା ପରେ ଗର୍ଭବତୀଙ୍କୁ ରକ୍ତ ଦିଆଯାଇ ଅସ୍ତ୍ରୋପଚାର ଓ ପ୍ରସବ କରାଯାଇଥିଲା। ବର୍ତ୍ତମାନ ପ୍ରସୂତି ମହିଳା ଓ ନବଜାତ ଶିଶୁକନ୍ୟା ସୁସ୍ଥ ଥିବା ଡା.ସୁର ସୂଚନା ଦେଇଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 2 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories