#Breaking News

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ୪୭ ତମ ସ୍ଥାପନା ଦିବସ ପାଳିତ

ଢେଙ୍କାନାଳ: ଢେଙ୍କାନାଳ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ୪୭ ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ତତ୍ ସହିତ ବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଡ, ଦାଦୀ ହୃଦୟ ମୋହିନୀଙ୍କ ପ୍ରଥମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି।
ମୁଖ୍ୟ ଅତିଥି ଭାବେ ଏସ୍ପି ଏଲ ଦିବ୍ୟା ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ଅତିଥିମାନଙ୍କୁ ଫୁଲ ତୋଡ଼ା ସହ ବ୍ୟାଚ ପ୍ରଦାନ କରାଯାଇଥିଲା।
ମୁଖ୍ୟ ସଂଚାରିକା ଉଷା ଭଉଣୀ ଶାଖାର ଉନ୍ନତି ପାଇଁ ଶୁଭ ଭାବନା ସହିତ ଦାଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପ୍ରେରଣା ଦେଇଥିଲେ।
ଏସ୍ପି ଏହି ଅନୁଷ୍ଠାନର ଉନ୍ନତି କାମନା କରିଥିଲେ।
ବ୍ରହ୍ମକୁମାରୀ ଆଶ୍ରମର ଆଦି ରତ୍ନ, ବ୍ରହ୍ମକୁମାରୀ ତପନ ଭାଇ, ଅଦୌତ ଭାଇ, ଷୋମ ଭାଇ, ଅଭୟ ଭାଇ, ଅବସରପ୍ରାପ୍ତ ଏସବିଆଇ କର୍ମଚାରୀ ଭିକାରୀ ରାଉତ, ଶୁଭେଚ୍ଛା ପ୍ରଦାନ କରିଥିଲେ। ବ୍ରହ୍ମକୁମାରୀ ପ୍ରଫୁଲ୍ଲ ଭାଇ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟ କମିଟିର ବ୍ରହ୍ମକୁମାରୀ ସନ୍ତୋଷ ଭାଇ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ।

Leave a comment

Your email address will not be published. Required fields are marked *