
ମୂଲ୍ୟବାନ ଚନ୍ଦନ କାଠ ଉଦ୍ଧାର , ୪ ଗିରଫ
Udaya_Labanya | March 11, 2022 | 25 views |0 | Breaking News
ଫୁଲବାଣୀ -( ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ପୋଲିସ ଚନ୍ଦନ କାଠ ସହ ଚାରି ଜଣଙ୍କୁ ଗିରଫ କରିଛି l ଗିରଫ ଯୁବକ ମାନେ ହେଲେ ରାଇକିଆ ଥାନା ଅନ୍ତର୍ଗତ ଶିଶାପାଙ୍ଗ ଗ୍ରାମର ଅଭୟ ଡିଗାଲ, ଜଗନ ପ୍ରଧାନ, ଲlମ୍ବୁଙ୍ଗିଆ ଗ୍ରାମ ର ଆଦିତ୍ୟ ନାୟକ ଓ ନାରାୟଣ ପ୍ରଧାନ
ସୂଚନା ଯୋଗ୍ୟ ଯେ, ଗାନ୍ଧ୍ରିଗାଁ ପଞ୍ଚାୟତର ଡକମ୍ବା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁକାଟି ଚନ୍ଦନ କାଠ ନେବା ସମୟରେ ଗ୍ରାମବାସୀ କାବୁ କରିଥିଲେ। ସେଠାକାର ଗ୍ରାମ ରକ୍ଷୀ ସାରଙ୍ଗଡ ଥାନା କୁ ଖବର ଦେଇ ଥିଲେ। ଖବର ପାଇଁ ସାରଙ୍ଗଡ ଥାନା ଅଧିକାରୀ ବଧୁଲେଖା ବିଶ୍ୱାଳ ଓ ଏସ ଆଇ କୃଷ୍ଣ ଚନ୍ଦ୍ର ଗୈାଡନେତୃତ୍ୱ ରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ ଚନ୍ଦନ କାଠ ଓ ବାଇକ ଜବତ କରିଥିଲେ। ଜବତ ହୋଇଥିବା ତିନି ଖଣ୍ଡ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି।
ପୂର୍ବରୁ ଏହି ଦୁବୃର୍ତ୍ତ ମାନେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦୮ ଖଣ୍ଡ ଚନ୍ଦନ କାଠ ଚୋରି କରିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେମାନଙ୍କ ନାମରେ ୨୪/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ସାରଙ୍ଗଡ ପୋଲିସ।