#Breaking News

ନିର୍ଦ୍ବନ୍ଦରେ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ପଦ ହାସଲ କଲା ବିଜେଡି


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚାୟତ ସମିତି ଅଧ୍ୟକ୍ଷା ମତଦାନ ସମାପନ ହୋଇଯାଇଛି l ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଅଧ୍ୟକ୍ଷା ପଦ ହାତେଇଥିବା ଜଣାପଡିଛି l ବାଲିଗୁଡା ବ୍ଲକ ବାରଖମା ଗ୍ରାମପଞ୍ଚାୟତ ସମିତି ସଭ୍ୟା ମିଶାବତୀ ମଲିକ ବିଜେଡି ପକ୍ଷରୁ ନିର୍ବାଚିତ ହୋଇଥିଲେ l ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷା ମିଶାବତୀ ମଳିକ ବିଜୟୀ ହେବାପରେ ବାଲିଗୁଡ଼ା ବିଜେଡ଼ି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱ ରେ ଏକ ବିଜୟ ଉତ୍ସବ ପାଳନ କରାଯାଇଛି | ବାଲିଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ବିଜେଡ଼ି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା କରାଯାଇଥିଲା l ଏଥିରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ପୂର୍ବତନ ଏନ ଏସି ଅଧକ୍ଷ ଲୋକନାଥ ପାଢ଼ୀ, ଶ୍ରୀନିବାସ ପାତ୍ର ସୁଜିତ ପାଳ, ବିଜେଶ୍ୱର ମଲିକ, ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ମଲିକ, ଆଶିଷ ଦିଗାଲ ଓ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *