ଫୁଲବାଣୀ ରେ ବିଜେଡି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର
Udaya_Labanya | March 12, 2022 | 32 views |0 | Breaking News
ଫୁଲବାଣୀ(ସୁନୀଲ ପଟନାୟକ )
ଶନିବାର ଫୁଲବାଣୀ ପୌର ନିର୍ବାଚନ 4 ନମ୍ବର ୱାର୍ଡ ଫୁଲବାଣୀ ସାହି ବରାଳଦେବୀ ମନ୍ଦିର ଠାରେ ବିଜୁ ଜନତା ଦଳ ତରଫରୁ ପୂଜା ପାର୍ଥନା କରି ଫୁଲବାଣୀ ନଗର ଚେରମେନ ପ୍ରାର୍ଥୀନୀ ଶ୍ରୀମତୀ.ପୁନମ କହଁର ଏବଂ 4 ନମ୍ବର ୱାର୍ଡ ମେମ୍ବର ପ୍ରାର୍ଥୀ ଶ୍ରୀ.ତ୍ରିଲୋଚନ କହଁର ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି l ଉକ୍ତ ନିର୍ବାଚନ ପ୍ରଚାରରେ ସଂଖ୍ୟାଲଘୁ ସେଲର ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ, ନଗର ସଭାପତି ସୁଧୀର କହଁର, ଜିଲ୍ଲା ସାଧାରଣ ସମ୍ପାଦକ କୋମଳ ବେହେରା, ପଞ୍ଚାନନ କହଁର ଛାତ୍ର ଜିଲ୍ଲା ସଭାପତି ସୁନୀଲ ସେଠି, ନଗର ଯୁବ ସଭାପତି ପାର୍ଥ ବିଶ୍ୱାଳ, ଛାତ୍ର ନଗର ସଭାପତି ସନ୍ଦୀପ ପାଟିଲ ସଂଖ୍ୟା ଲଘୁ ନେତା ମହମ୍ମଦ ସାକିଲ, ଜ଼ାହୀର ଆଖତର, ବିଜେଡି ନାରୀ ନେତ୍ରୀ ଏବଂ ନଗର ବିଜୁ ଜନତା ଦଳର ପୁରୁଖା ନେତା ଉପସ୍ଥିତ ରହି ବିଜୁ ଜନତା ଦଳ ର ପ୍ରାର୍ଥୀ ଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ l