ବରଗଡ଼ ଜିଲ୍ଲାର ୧୨ ଟି ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ସମର୍ଥକ ଜିତିଲେ

Udaya_Labanya | March 12, 2022 | 69 views |0 | Breaking News


ବରଗଡ:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲାର ୧୨ ଟି ବ୍ଲକ ଅଧ୍ୟକ୍ଷ ପଦବୀକୁ ଶାସକ ବିଜୁ ଜନତା ଦଳ ର ସମର୍ଥକ ମାନେ ହାତେଇ ନେଇଛନ୍ତି। ବରଗଡ଼ ସଦର ବ୍ଲକ ରେ କୁରୁଆ ର ସମିତି ସଭ୍ୟା ଶ୍ରୀମତୀ ନଳିନୀ ପାଣ୍ଡେ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିଲେ। ସେହିପରି ଜିଲ୍ଲା ର ୧୦ଟି ବ୍ଲକ ରେ ମଧ୍ୟ ବିଜେଡି ସମର୍ଥିତ ଅଧ୍ୟକ୍ଷ ମାନେ ନିଦ୍ବନ୍ଦ ନିର୍ବାଚିତ ହୋଇଥିଲେ। ସେଥି ମଧ୍ୟରେ ଅମ୍ବାଭୋନା ରେ କିର୍ତ୍ତି ଚନ୍ଦ୍ର ଦୁଆନ, ଭେଡେନ ବ୍ଳକ ର ଅଧ୍ୟକ୍ଷା ଭାବେ ଶ୍ରୀମତୀ ସୁପ୍ରଭା ମହାଲିଙ୍ଗ, ଗାଇସିଲେଟ ବ୍ଳକ ରେ ଅଧ୍ୟକ୍ଷ ଭାବେ ପ୍ରଣୟ ସାହୁ, ସୋହେଲା ବ୍ଳକ ର ଅଧ୍ୟକ୍ଷା ଭାବେ ଶ୍ରୀମତୀ ବବି ପ୍ରଧାନ, ଭଟଲି ବ୍ଳକ ର ଅଧ୍ୟକ୍ଷ ଭାବେ ବରିଷ୍ଠ ବିଜେଡି ନେତା ନିତ୍ୟାନନ୍ଦ

ପ୍ରଧାନ, ବରପାଲି ବ୍ଳକ ର ଅଧ୍ୟକ୍ଷା ଭାବେ ଶ୍ରୀମତୀ ରୀନା ଥଇତ, ବିଜେପୁର ବ୍ଳକ ର ଅଧ୍ୟକ୍ଷ ଭାବେ ମୋତିରାମ ସାହୁ ନିର୍ବାଚିତ ହୋଇଛନ୍ତି, ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଭାବେ ଲିପ୍ସା ପ୍ରଧାନ, ପାଇକମାଳ ବ୍ଲକ ର ଅଧକ୍ଷା ଭାବେ ଶ୍ରୀମତୀ ଭାବନା ସିଂ, ଅତାବିରା ବ୍ଲକ ର ଅଧକ୍ଷା ଭାବେ ଶ୍ରୀମତୀ ଗୀତାଞ୍ଜଳି ନାୟକ,ରାଜ ବୋରାସମ୍ବର ବ୍ଲକ ର ଅଧ୍ୟକ୍ଷ ରେ ରଞ୍ଜିତ ସିଂ ବରିହା ନିର୍ବାଚିତ ହୋଇଥିଲେ। କେବଳ ବରପାଲି ଓ ବିଜେପୁର ବ୍ଳକ ରେ ଭୋଟ ର ଆଶ୍ରୟ ନିଆଯାଇଥିଲା। ବରପାଲି ବ୍ଲକ ରେ ରୀନା ଥଇତ ଓ ଚନ୍ଦ୍ରକାନ୍ତି ବାଗଙ୍କ ମଧ୍ୟରେ ଭୋଟିଂ ହୋଇଥିଲା। ଏଥିରେ ରୀନା ଥଇତ ୧୯ ଖଣ୍ଡ ଭୋଟ ପାଇଥିବା ବେଳେ ଚନ୍ଦ୍ରକାନ୍ତି ବାଗ ତାଙ୍କ ନିଜ ଭୋଟ ହଁ ପାଇଥିଲେ। ସେହିପରି ବିଜେପୁର ବ୍ଲକରେ ମୋତିରାମ ସାହୁ ଏବଂ ସଞ୍ଜୁ ପ୍ରଧାନ ମଧ୍ୟରେ ଭୋଟିଂ ହୋଇଥିଲା । ଏଥିରେ ମୋତିରାମ ସାହୁ ୧୪-୫ଭୋଟ ରେ ବିଜୟୀ ହୋଇଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories