#Breaking News

ଢେଙ୍କାନାଳରେ ତିନି ଦିନିଆ ଜିଲ୍ଲାସ୍ତରୀୟ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଆଜି ଏକ ତିନି ଦିନିଆ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଜିଲ୍ଲାପାଳ ସରୋଜ କୁମାର ସେଠୀ ପତାକା ଉତ୍ତୋଳନ ଓ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଅତିଥି ମାନଙ୍କୁ ବ୍ୟାଚ ଓ ଫୁଲ ଗଛ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ କହିଛନ୍ତି ଯେ ମହାବିଦ୍ୟାଳୟର ସବୁ କ୍ଷେତ୍ରରେ ଉନ୍ନତି ହେଉ। ସେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ଡ. ରମେଶ ଚନ୍ଦ୍ର ବେହେରା ଓ ମହାବିଦ୍ୟାଳୟର ଅଧକ୍ଷ ଦେବରାଜ ପରିଡ଼ା ଉପସ୍ଥିତ ଥିଲେ। ଏହି ଶିବିରରେ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି।

Leave a comment

Your email address will not be published. Required fields are marked *