ନନ୍ଦିନୀ ମଳିକ ହେଲେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା

Udaya_Labanya | March 13, 2022 | 9 views |0 | Breaking News

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପଦବୀ ନିର୍ବାଚନ ରବିବାର ପଞ୍ଚାୟତ ଭବନ ଠାରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗଠନ କରିବା ପାଇଁ ସ୍ଥିର କରାଯାଇଥିଲା l ରବିବାର ସକାଳେ ବାଲିଗୁଡା ବ୍ଲକ ୧୫ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ମଲିକ ନାମାଙ୍କନ ପତ୍ର ଦାଖଲ କରିଥିଲେ l ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ସମୁଦାୟ ୧୮ଟି ଜୋନ ରୁ ୧୩ଟିରେ ଜିଲ୍ଲା ପରିଷଦ ସଭ୍ୟ ଆସନ ହାତେଇ ଥିବାବେଳେ ୩ଟି କଂଗ୍ରେସ ଓ ୨ଟିରେ ବିଜେପି ଆସନ ହାତେଇଥିଲା l ବିଜେଡି ପକ୍ଷରୁ ୩ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମ ଚର୍ଚ୍ଚାକୁ ଆସୁଥିବା ବେଳେ ନନ୍ଦିନୀ ମଲିକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବି ହାତେଇଛନ୍ତି l ଏନେଇ ଖଜୁରୀପଡା ବ୍ଲକ ଚେୟାରମ୍ୟାନ ଅନିମା କହଁରଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି l ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, କନ୍ଧମାଳ ଜିଲ୍ଲାପାଳ ଡ଼ା. ବୃଦା ଡିଙ୍କ ଉପସ୍ଥିତରେ ଘୋଷଣା କରାଯାଇଥିଲା l ଘୋଷଣା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ ପ୍ରମୁଖ ଉପସ୍ଥିତ ଥିଲେ l ବାଲିଗୁଡାରେ ପହଂଚିବା ପରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ସମଗ୍ର ସହର ପରିକ୍ରମା କରିଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories