#Breaking News #Uncategorized

ନନ୍ଦିନୀ ହେଲେ କନ୍ଧମାଳ ଜିଲା ପରିଷଦ ଅଧ୍ୟକ୍ଷା


ଫୁଲବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ବିଜୁ ଜନତା ଦଳର ନନ୍ଦିନୀ ମଲିକ ନିର୍ବାଚିତ ହୋଇଛନ୍ତି।
ନନ୍ଦିନୀ ବାଲି ଗୁଡା ବ୍ଲକର ୧ ୫ ନମ୍ବର ଜୋନରୁ ଜିଲ୍ଲାପରିଷଦ ସଭ୍ୟl ଭାବେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ।
ନନ୍ଦିନୀ ଏଥିପୂର୍ବରୁ ମଧ୍ୟ ସରପଞ୍ଚ, ସମିତି ସଭ୍ୟ, ଓ ବାଲିଗୁଡା ବ୍ଳକ ଅଧ୍ୟକ୍ଷା ଭାବେ ରହି ଦକ୍ଷତାର ସହ କାର୍ଯ୍ୟ କରିବା ସହ ଦଳୀୟ ସଂଗଠନକୁ ସୁଦୃଢ କରିଥିଲେ । ତାଙ୍କର ଯୋଗ୍ୟତା, କାର୍ଯ୍ୟଦକ୍ଷତା,ଜନସଂପର୍କ, ସମାଜସେବା ମନୋଭାବ, ସହନଶୀଳତା ପାଇଁ ତାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଜିଲ୍ଲାବରିଷ୍ଠବିଜେଡି ନେତା ଟୁନା ଦାସ ଙ୍କ ପରାମର୍ଶ କ୍ରମେ ନନ୍ଦିନୀ କୁ ଦଳ ସର୍ବସଂମତି କ୍ରମେ ପାର୍ଥୀ କରିଥିଲା କନ୍ଧମାଳ ଜ଼ିଲ୍ଲା ର ଉନ୍ନତି ସହଗରୀବ ଆଦିବାସୀ ଲୋକେ ଯେପରି ସରକାରୀ ସୁବିଧା ପାଇବେ ସେଥିପ୍ରତି ସେ ସର୍ବଦା ଦୃଷ୍ଟି ଦେବେ ବୋଲି ନବନିର୍ବାଚିତ ଜିଲ୍ଲାପରିଷଦ ଅଧ୍ୟକ୍ଷାନନ୍ଦିନୀ କହିଛନ୍ତି। ନନ୍ଦିନୀ ଜ଼ିଲ୍ଲା ପରିଷଦ ନିର୍ବାଚିତ ହେବାପରେ ବାଲିଗୁଡା ଅଂଚଳ ରେ ବିଜେଡି ଅଧିକ ଶକ୍ତିଶାଳୀ ହେଵ ବୋଲି ବିଜେଡି ନେତା ଟୁନା ଦାସ କହିଛନ୍ତି l
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦ । ଡି ନିର୍ବାଚନ ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ରାଜ ମନ୍ତ୍ରୀତଥା ପ୍ରଭାରୀ ପ୍ରତାପ ପାତ୍ର, ବାଲିଗୁଡା ବ୍ଳକ ବିଜେଡି ସଭାପତି ଟୁନା ଦାସ,ବାଲିଗୁଡା ବିଧାୟକ ଚକ୍ରମଣି କହଁର, ପୂର୍ବତନ ବିଧାୟକ ରାଜୀବ ପାତ୍ର, କ. ନୂଆଗାଁ ବ୍ଳକ ବିଜେଡି ସଭାପତି କୃଷ୍ଣ ପାଣିଗ୍ରାହୀ, ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ନଗର ସଭାପତି ସୁଧୀର କହଁର, ଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟଯେ, ଜିଲ୍ଲାର ୧୮ଟି ସଭ୍ୟ ମଧ୍ୟରୁ ୧୩ ଟି ବିଜେଡି ଓ ୩ଟି କଂଗ୍ରେସ, ୨ଟି ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ ।
ଫଳରେ ନିର୍ବାଚନରେ ବିଜେପି, କଂଗ୍ରେସ ସଭ୍ୟ ଅନୁପସ୍ଥିତ ଥିବାବେଳେ ବିଜେଡିର ସମସ୍ତ ୧୩ ଜଣ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *